(ରିପୋଟରର୍ସ ଟୁଡ଼େ/ଭୁବନେଶ୍ୱର): ଋତୁ ବଦଳିବା ସହ ଶରୀର ମଧ୍ୟ ପରିବେଶ ସହ ଖାପ ଖୁଆଇ ଚଳିବା ଆବଶ୍ୟକ ପଡ଼ିଥାଏ । ବିଷେଶ କରି କେଶ ଓ ତ୍ୱଚା ଉପରେ ଅଧିକ ପ୍ରଭାବ ପଡ଼ିଥାଏ । ତେବେ ଆପଣାନ୍ତୁ ଏହି ଟିପ୍ସ…
୧. ଘରୁ ବାହାରକୁ ଯାଉଥିଲେ କେଶକୁ ସ୍କାର୍ଫ ବା ଷ୍ଟଲ୍ ଦ୍ୱାରା ଘୋଡ଼ାଇ ରଖନ୍ତୁ। ଏହାଦ୍ୱାରା ସୂର୍ୟ୍ୟକିରଣ ପଡ଼ି ନ ଥାଏ। କେଶରେ ଧୂଳି ବି ଜମି ନ ଥାଏ।
୨. ଯଦି ଆପଣ ହେଲ୍ମେଟ୍ ବ୍ୟବହାର କରୁଛନ୍ତି ତେବେ ପ୍ରଥମେ କଟନ୍ କପଡ଼ାରେ କେଶକୁ ଘୋଡ଼ାଇ ରଖନ୍ତୁ। କାରଣ ହେଲ୍ମେଟ୍ରେ ଥିବା ସିନ୍ଥେଟିକ୍ କେଶ ପାଇଁ କ୍ଷତିକାରକ।
୩. ଅଧିକ ଥର ଶାମ୍ପୋ କରନ୍ତୁ ନାହିଁ କେଶରେ ମହଜୁଦ ଥିବା ପ୍ରାକୃତିକ ତୈଳ ଶେଷ ହୋଇଥାଏ। ଯାହାଦ୍ୱାରା କେଶ ରୁକ୍ଷ ହୋଇଥାଏ। ତେଣୁ ସପ୍ତାହରେ ୨ରୁ ୩ ଥର ଶାମ୍ପୋ କରନ୍ତୁ।
୪. ଯଦି ସୁଇମିଂ ପୁଲ୍ କିମ୍ବା ସମୁଦ୍ରକୁ ଗାଧୋଇବାକୁ ଯାଇଛନ୍ତି ତେବେ ଘରକୁ ଫେରି ଆଉଥରେ କେଶକୁ ଶାମ୍ପୋ କରନ୍ତୁ।
୫. ଖରାଦିନେ ଡ୍ରାୟରର ବ୍ୟବହାର କମ୍ କରନ୍ତୁ। କାରଣ ଏଥିରୁ ବାହାରୁଥିବା ଗରମ ପବନ କେଶ ପାଇଁ କ୍ଷତିକାରକ। ହେୟାର ଷ୍ଟ୍ରେଟ୍ନର ଏବଂ ହେୟାର କର୍ଲ ମେଶିନ୍କୁ ଲୋ ଟେମ୍ପରେଚରରେ ବ୍ୟବହାର କରନ୍ତୁ। ଅଧିକ ଟେମ୍ପରେଚରରେ ବ୍ୟବହାର କଲେ କେଶ ଶୀଘ୍ର ଖରାପ ହୋଇଯାଏ। ମୋଟା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ।