(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ସାକ୍ଷୀଗୋପିନାଥ ଦେବଙ୍କର କୁମାର ପୂର୍ଣ୍ଣମୀ ଠାରୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁଯାଇ ଭୋରରୁ ଦ୍ୱାର ଉନ୍ମୋଚନ, ମଙ୍ଗଳଆଳତି, ଦ୍ୱାରପାଳ ପୂଜା, ସୂର୍ୟ୍ୟପୂଜା, ବଲ୍ଲଭ, ସକାଳଧୂପ, ଅବକାଶ ପରେ ଠାକୁରଙ୍କ ନଟବର ବେଶ ଅନୁଷ୍ଠିତ ହେଇଛି । ମାସକ ଯାକ ଠାକୁର ଶ୍ରଦ୍ଧାଳୁମାନଙ୍କୁ ଏହି ନଟବର ବେଶରେ ଦର୍ଶନ ଦେଇଥାନ୍ତି । ସକାଳଧୂପ ସରିବା ପରେ ବାଳଧୂପ ହୁଏ । ଏଥିରେ ଖଇ, ଚୁଡାଭଜା, ଆଖୁ, ଅଦା, ନଡିଆ ପାତି, ପିଜୁଳି, କାକୁଡି, କମଳା, ଧୂଆମୁଗ, ସର ଓ ଲବଣି ଇତ୍ୟାଦି ଭୋଗ ବ୍ୟବସ୍ଥା ମନ୍ଦିର ତରଫରୁ କରାଯାଇଥାଏ । ବାଳଧୂପ ସମୟରେ ନିଦ୍ଧିଷ୍ଟ ଏକ ବ୍ରାହ୍ମଯାଗା ତରଫରୁ ଶରତ ରାସଲୀଳା ବୋଲାଯାଇଥାଏ । ହବିଷ୍ୟାଳି ମାନେ ମନ୍ଦିରରେ ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଅଁଳା ବୃକ୍ଷ ମୂଳରେ ବିଭିନ୍ନ ରଙ୍ଗ ବେରଙ୍ଗ ମୁରୁଜ ପକାଇ ରାଇଦାମୋଦର ପୂଜା କରିବା ସହ ବେଢ଼ା ପରିକ୍ରମା କରିଥାନ୍ତି । ବାଳଧୂପ ସରିବା ପରେ ଠାକୁରଙ୍କୁ ତୁଳସି ଓ ଶୁଖିଳା ମାଳତୀ ଫୁଲମାଳ ଲାଗି କରାଯାଇଥାଏ । ଏହି ବେଶ ଦେଖିାପାଇଁ ସାକ୍ଷୀଗୋପାଳ ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁ ମାନଙ୍କର ଗହଳି ଲାଗିଥାଏ । ମନ୍ଦିର ପରିସରରେ ଥିବା ବୃନ୍ଧାବତୀ ମନ୍ଦିର ନିକଟରେ ଆକାଶଦୀପ ଲାଗିଥିଲା । ଯାହାକି ଏହି ଆକାଶଦୀପ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଲାଣି।