ସବଡିଭିଜନନାଲ ମେଡିକାଲର ଅବସ୍ଥା ଅତି ଶୋଚନୀୟ ନେଇ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

(ସତ୍ୟ ନାରାୟଣ ପାଲ / ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ହୋଇପଡିଛି।ବିଶେଷ କରି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସବଡିଭିଜନନାଲ ମେଡିକାଲର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବାରୁ ଆଜି ସେଥିପାଇଁ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ମହୁଲଡିହା ଡାକ ବଙ୍ଗଳାରେ ଆୟୋଜନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ ଯେ ରାଇରଙ୍ଗପୁର ମେଡିକାଲରେ କୌଣସି ମେଡିସିନ ଈଏନଟି , ଆଥୋପେଡି ତଥା ଅନ୍ୟାନ୍ୟ ଇସ୍ପେସଲିଷ୍ଟ ମଧ୍ୟ ନାହାନ୍ତି। ବର୍ତ୍ତମାନ ସୁଦ୍ଧା ମୟୁରଭଞ୍ଜ ଜିଲ୍ଲାରେ ୩୨୬ ଡାକ୍ତର ପଦଵୀ ଖାଲିପିଡ଼ିଛି।ଏହାର ପ୍ରତିକାର ପାଇଁ ରାଇରଙ୍ଗପୁର ବିଧାୟକ ଶ୍ରୀ ନବ ଚରଣ ମାଝୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଓଡିଶା ଚିଫ ସେକ୍ରେଟାରୀ, ହେଲଥ ମିନିଷ୍ଟ୍ର ଏବଂ ସିଡିଏମଓଙ୍କୁ ପତ୍ର ମାଧ୍ୟମରେ ଜଣାଇ ଥିବା ସେ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ।ଆହୁରି ସେ କହିଛନ୍ତି ଯେ ଯଦି ଏହାର ସମାଧାନ ଶୀଘ୍ର ନ ହୁଏ ତାହାଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।ଏ ବାବଦରେ ସିଡିଏମଓଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ସିଡିଏମଓ ହାତ ଟେକି ଦେଇଥିବା ସେ କହିଛନ୍ତି।ତେଣୁ ମୟୁରଭଞ୍ଜ ସିଡିଏମଓଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ସେ ଦାବି କରିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସମ୍ପାଦକ ଶ୍ରୀ ନବୀନ ରାମ, ସଂଜୀବ ମହାନ୍ତି, ବରୁଣ ଦେ ଏବଂ ଜିଲ୍ଲା ମିଡିଆ ସଂଯୋଜକ ପ୍ରଦୀପ କୁମାର ରାଉତ ଉପସ୍ଥିତ ଥିଲେ।