ରାୟଗଡାରେ ୫T ସଚିବ

(ମନୋଜ ସାହୁ, ରାୟଗଡା): ରାୟଗଡା ରେ ପହଞ୍ଚିଲେ ୫T ସଚିବ ଭି. କେ ପାଣ୍ଡିଆନ୍ ଓ ଉର୍ଣ୍ଣୟନ କମିଶନର ସୁରେଶ ପାତ୍ର, ଜେକେ ପୁର ସ୍ଥିତ ଇ ଏସ୍ ଆଇ ହସ୍ପିଟାଲ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବା ସହ ଜିଲ୍ଲାର କୋରନା ମୁକାବିଲା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଆ ଫେରିବା ପାଇଁ ପଞ୍ଜିକୃତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮ ସହ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ବିଶେଷ କରି ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ସହ ଅନ୍ୟ ରାଜ୍ୟର ଶ୍ରମିକମାନେ ଜିଲ୍ଲା ଦେଇ ପ୍ରବେଶ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ରାୟଗଡା ଜିଲ୍ଲାପାଳ ଓ ରାୟଗଡା ଏସ ପି ଉପସ୍ଥିତ ଥିଲେ ।