(ହର ପ୍ରସାଦ ବିଷୋଇ / ଗଞାମ) ; ସାରା ଦେଶରେ କରୋନା ସୃଷ୍ଟି କରିଛି ଭୟଙ୍କର ସ୍ଥିତି |ଗତ ବର୍ଷ ଠାରୁ ଜାରିରହିଥିବା କରୋନା ମହାମାରୀ ବିରୁଦ୍ଧରେ ଓଡିଶା ସଫଳ ସଂଗ୍ରାମ ଜାରି ରଖିଛି ଜ୍ଝରାଜ୍ୟ ସରକାର ସମ୍ପୂର୍ଣ ପ୍ରତିଶୃତିବଧତା ଓ ଶୃଙ୍ଖଳିତ ରଣନୀତି ସହ ଏହି ଅଭିଯାନ ଅବ୍ୟାହତ ଜାରି ରଖିଛନ୍ତି |ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହାକୁ ମୁକାବିଲା କରିବା ପାଇଁ ବହୁ ରଣନୀତି ପ୍ରସ୍ତୁତ କରିବା ସହ ସଚେତନତା ଓ ଟୀକାକରଣକୁ ଗୁରୁତ୍ୱ ଦେଉଛନ୍ତୁ | ରାଜ୍ୟ ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୀକାକରଣ ପାଇଁ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ଟୀକା ଦେବା ପାଇଁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେଉଛନ୍ତି | କରୋନା ଲଢେଇ ପାଇଁ ଗାଁ କଲ୍ୟାଣ ସମିତିକୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର |ଲୋକଙ୍କୁ କରୋନା ସମ୍ପର୍କରେ ସମିତି ସଚେତନ କରିବା ସାନିଟାଇଜ ସହ ଟୀକା ଏବଂ ଟେଷ୍ଟିଙ୍ଗ ପାଇଁ ଉତ୍ସାହିତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି |ଏହି କ୍ରମରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳା ଏବଂ ଏମ. ନୂଆପଲ୍ଲୀ ଗ୍ରାମରେ ୪୫ ବର୍ଷ ଠାରୁ ଉର୍ଦ୍ଧ୍ୱ ବ୍ୟକ୍ତି ଙ୍କ ପାଇଁ ଆସନ୍ତାକାଲି ହେବାକୁ ଥିବା ଟୀକାକରଣ କାର୍ୟ୍ୟକ୍ରମ ନିମନ୍ତେ ମୁଣ୍ଡୁଳା ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମର ସାହିକୁ ସାହି ବୁଲି ସଚେତନ କରାଯାଇଛି| ବିଭିନ୍ନ ଢଗ ଢମାଳି ଓ ଗୀତ ମାଧ୍ୟମରେ ମାଇକ ଯୋଗେ ପ୍ରଚାର କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଛି | ଏହି ସଚେତନତା କାର୍ୟ୍ୟକ୍ରମ ରେ ଚନ୍ଦନପୁର ପଞ୍ଚାୟତର ପିଇଓ କୃଷ୍ଣ ଚନ୍ଦ୍ର ମଲ୍ଲିକ,ଗାଁ କଲ୍ୟାଣ ସମିତି ସଭାପତି ସୁରେନ୍ଦ୍ର ଜେନା,ଅଙ୍ଗନୱାଡି କର୍ମୀ ନନ୍ଦିନୀ ପ୍ରଧାନ,ସହାୟିକା ନିରୁପମା ଦାସ,ଗୀତା ସ୍ୱାଇଁ,ଆଶା କର୍ମୀ ପୁଷ୍ପାଞ୍ଜଳି ସାହୁ,ରାଜେଶ୍ୱରୀ ପଣ୍ଡା,ଏଏନଏମ ଶୁଭଶ୍ରୀ ବେହେରା,ସିଆରପି ଜାନକୀ ନାୟକ ଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ |