ମାଡି ଆସୁଛି ବାତ୍ୟା ଆମ୍ପାନ ,ପାରାଦ୍ୱୀପଠାର ମାତ୍ର ୧୧୦୦ କିମି ଦୂରରେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମାଡି ଆସୁଛି ବାତ୍ୟା ଆମ୍ପାନ । ଯାହାକି ପାରାଦ୍ୱୀପଠାରୁ ମାତ୍ର ୧୧ ଶହ କିମି ଦୂରରେ ରହିଛି ଭୟଙ୍କର ବାତ୍ୟା ଆମ୍ପାନ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଆଜି ଅପରାହ୍ଣ ୫ଟା ୩୦ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଆମ୍ପାନ୍‌ର ଗତିପଥ କ’ଣ ହେବ ? କେଉଁଠି ଏହା ଲ୍ୟାଣ୍ଡ୍‌ଫଲ୍‌ କରିବ ? ଏହାର ବେଗ କେତେ ରହିବ, ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ସେହିପରି ପଶ୍ଚିମବଙ୍ଗର ଦିଘାଠୁ ୧୨୫୦ କି.ମି., ବାଂଲାଦେଶଠୁ ୧୩୩୦ କି.ମି. ଦୂରରେ ଅଛି । ରାଜ୍ୟର ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିପାରେ।