ବେଡରୁମରେ ଏହି ଜିନିଷ ରଖୁଛନ୍ତି କି ? ସାବଧାନ

( ଭୁବନେଶ୍ୱର /ରିପୋର୍ଟସଟୁଡେ): ବାସ୍ତୁ ଶାସ୍ତ୍ର ଅନୁସାରେ ନବବିବାହିତ ଦମ୍ପତି ନିଜ ବେଡରୁମରେ ଏକରୁ ଅଧିକ ଗଦି ରଖିବା ଉଚିତ ନୁହେଁ । ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବାଣ୍ଟି ହୋଇଯାଇଥାଏ ଏବଂ ଦୂରତା ବଢିଥାଏ ।
ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତି ନିଜ ରୁମରେ ଅଧିକ ଆଲୋକ ଦେଉଥିବା ବଲ୍ୱ ରଖନ୍ତୁ ନାହିଁ । ଏହାଦ୍ୱାରା ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ଝଗଡା ବଢିଥାଏ । ଏଥିପାଇଁ ବେଡରୁମରେ ହାଲକା ଗ୍ରୀନ , ବ୍ଲୁ ଓ ପିଙ୍କ କଲରର ବତୀ ଲଗାନ୍ତୁ । ବାସ୍ତୁ ଏହା ମଧ୍ୟ କୁହାଯାଇଛି ଯେ , ନବବିବାହିତ ଦମ୍ପତି ନିଜ ବେଡରୁମରେ ଇଲେକ୍ଟ୍ରୋନିକ ଉପକରଣ ରଖିନ୍ତୁ ନାହିଁ , ଏହାଦ୍ୱାରା ରୁମରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହା ସହିତ ରୁମରେ ଜୋତା କିମ୍ବା ଚପଲ ରଖିବା ପାଇଁ ମଧ୍ୟ ବାରଣ କରାଯାଇଛି । ଏହା ଦ୍ୱାରା ଦମ୍ପତିଙ୍କ ମୁଡ ଖରାପ ହୋଇଥାଏ ଓ ସର୍ବଦା କଳହ ଲାଗି ରହିଥାଏ । ଯଦି ଆପଣ ଆଇନ ରୁମରେ ରଖୁଛନ୍ତି , ମନେ ରଖନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବେଡ ସାମ୍ନାରେ ରହିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ଆଇନାକୁ ବେଡ ପାଖରେ ବା ସାମ୍ନାରେ ରଖିଲେ , ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିଥାଏ ।