ବିନା ହେଲମେଟରେ ପୋଲିସ ବାବୁ

(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ବିନା ହେଲେମେଟରେ ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି ପୋଲିସ ବାବୁ । ସମସ୍ତ ନିୟମ କାନୁନ୍କୁ ଫୁ । ଏଭଳି ଏକ ଦୃଶ୍ୟ ମାଷ୍ଟରକ୍ୟାଣ୍ଟିନ ଲାଲାଚାନ୍ଦ ଜୁଏଲାରୀ ସମ୍ମୁଖରେ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ କମିଶନରେଟ ପୋଲିସ ଯାଞ୍ଚ ନାଁରେ ବାଇକ ଆରୋହୀ ଓ ଅଟୋଚାଳକଙ୍କ ଉପରେ ହଜାର ହଜାର ଟଙ୍କା ଜୋରିମାନା କରୁଥିବା ବେଳେ ବାବୁଙ୍କ ପାଇଁ କିନ୍ତୁ ସବୁ ଖୋଲା… ରାଜଧାନୀରେ ଆଜି ଏଭଳି ଦୁଇଟି ଭିଜୁଆଲ୍ ଭାଇରାଲ୍ ହେବା ପରେ, ଏହାକୁ ନେଇ ପୋଲିସ ଓ ପରିବହନ ବିଭାଗର କାର୍ୟ୍ୟ ଆଡ଼କୁ ଉଠିଛି ଅଙ୍ଗୁଳି ।