(ମଧୂସୁଦନ ବହିଦାର/ ବଲାଙ୍ଗୀର): ଗତକାଲି ବଲାଙ୍ଗୀର ଜିଲ୍ଲାରେ ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଇଁତଲା ବ୍ଲକ ବନ୍ଧପଡ଼ା ଗ୍ରାମପଂଚାୟତର ୨ ଜଣ ଯୁବକ ନିକଟରେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେମାନଙ୍କର ସ୍ୱାବ ନମୁନା ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜିଲ୍ଲାରୁ ୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ବଲାଙ୍ଗୀର ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି ।
ସୂଚନାଯୋଗ୍ୟ, ଗତକାଲି ବଲାଙ୍ଗୀର ପୌରପାଳିକା ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ତାଲପାଲିପଡ଼ା ଅଞ୍ଚଳର ୨ ଯୁବକ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । କରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ ଭୁବନେଶ୍ୱରସ୍ଥିତ କୋଭିଡ-୧୯ ହସ୍ପିଟାଲ ପଠାଯାଇଥିଲା । ସେହିଭଳି ଗତ ୧ ତାରିଖରେ ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ଲିଖିରିଆ ପଂଚାୟତରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନେ ତାମିଲନାଡୁରୁ ଫେରିଥିଲେ ।