ପୁଣି ଶ୍ରୀମନ୍ଦିରରୁ ଚୋରି

(ଜୟନ୍ତ କୁମାର ସେଠୀ)ଗୋପ: ଦକ୍ଷିଣ ଦ୍ୱାର ନିକଟ ରାମମନ୍ଦିରରୁ ଲୁଟ ଘଟଣାର ଅପରାଧୀ ଧରାପଡିନଥିବା ବେଳେ ପୁଣି ଶ୍ରୀମନ୍ଦିରରୁ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ସୁଆରମହାସୁଆର ନିଯୋଗର କୋଇଲିବୈକୁଣ୍ଠ ନିକଟ ଅନ୍ନଦାନ ଆଟିକା କାର୍ଯ୍ୟାଳୟ ଗେଟ ଭାଙ୍ଗି ଲୁଟ ହୋଇଥିବା ଜଣାପଡିଛି। କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟ ହନୁମାନ ମୂର୍ତ୍ତୀ ନିକଟ କାନ୍ଥ ଭାଙ୍ଗାଯାଇଛି। ଭିତରକୁ ପ୍ରବେଶ କରିବା ପରେ କ୍ୟାସ କାଉଣ୍ଟର କାଚ ଭାଙ୍ଗିବା ସହ ଟ୍ରେଜେରୀ ତଡାଯାଇଛି। ଟ୍ରେଜେରୀ ଆଗରେ ଟଙ୍କା ପଡିଥିବା ଦେଖିବାକୁ ମିଳିଛି। ତେବେ ଏପର୍ୟ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କା ଯାଇଛି ଏଥିସହ ଆଉ କଣ କଣ ଚୋରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ସିଂହଦ୍ୱାର ପୁଲିସ ଘଟଣାର ଛାନବିନ ଆରମ୍ଭ କରିଛି। କିଏ ଓ କିଭଳି ଏ କାଣ୍ଡ ଭିଆଇଛି ଏନେଇ ସିସିଟିଭି ଫୁଟେଜ ଅନୁଧ୍ୟାନ କରାଯାଉଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଗତ ୨ତାରିଖରେ ଶ୍ରୀମନ୍ଦିର ଭିତରେ ଥିବା ରାମମନ୍ଦିର ରୁ ଲୁଟ ହୋଇଥିଲା। ଲୁଟେରାକୁ ଧରିବାରେ ପୁଲିସ ବିଫଳ ହୋଇଥିବା ବେଳେ ଆଜି ଘଟଣା ପୁଲିସର ନିଦ ହଜାଇ ଦେଇଛନ୍ତି। ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ସୁଆରମହାସୁଆର ନିଯୋଗ ସଭାପତି ଦାମୋଦର ମହାସୁଆର।