ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀମାନେ ଏକତ୍ରିତ

ଆଜି ନୂଆଦିଲ୍ଲୀରେ କ୍ୱାଡ୍ ଦେଶଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଏକତ୍ରିତ ହୋଇଛନ୍ତି। ବୈଠକ ପରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ, ହର୍ମୁଜ୍ ପ୍ରଣାଳୀ ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି, “ଇରାନ ଦ୍ୱାରା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା, ଶକ୍ତି ସୁରକ୍ଷା ଉପରେ ସ୍ପଷ୍ଟ ପ୍ରଭାବ ପକାଇଛି। ସମୁଦ୍ର ପଥଗୁଡ଼ିକର ସ୍ୱାଧୀନତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଦସ୍ୟ ରାଷ୍ଟ୍ରଗୁଡ଼ିକ କେବଳ ଆଲୋଚନା ନୁହେଁ, ଠୋସ୍ ଫଳାଫଳ ଉପରେ ଧ୍ୟାନ ଦେଉଛନ୍ତି। ସେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ କୂଟନୈତିକ ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି।

ଏହି ସମୟରେ, ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ କହିଛନ୍ତି ଯେ ଏହା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ରହିବା ଉଚିତ। ଯେଉଁ ଦେଶଗୁଡ଼ିକ ଆତଙ୍କବାଦୀ ଆକ୍ରମଣର ଶିକାର ହୁଅନ୍ତି ସେମାନଙ୍କର ନିଜକୁ ସୁରକ୍ଷା ଦେବାର ଅଧିକାର ଅଛି।