ଦୁର୍ବନ୍ଧ ଜୁଆ ଆଡ୍ଡାରେ ଚଢ଼ଉ, ୪ ଗିରଫ, ୫୫୭୦ ଟଙ୍କା ଜବତ

(ରଜନୀ କାନ୍ତ ପାତ୍ର / ହିଞିଳି) ; :ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଥମିବାର ନାମ ନେଉନି। ଜୁଆ ଖେଳ ଦ୍ୱାରା ମଧ୍ୟମ ବର୍ଗର ପରିବାରଙ୍କ ଦୁଖଃ କହିଲେ ନସରେ। ନିଜର ସମ୍ପୂର୍ଣ ସମ୍ପତ୍ତିକୁ ବାଜି ଲଗାଇ ଖେଳନ୍ତି ଜୁଆଡି ମାନେ। କୋଭିଡ଼ କଟକଣା ସମୟରେ ବି ବେଧଡ଼କ ଚାଲୁଛି ଜୁଆ ଆଡ୍ଡା । ହିଞ୍ଜିଳି ଥାନା ଅଧୀନ ଦୁର୍ବନ୍ଧ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ମଙ୍ଗଳ ବାର ସନ୍ଧ୍ୟାରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଚଢ଼ଉ କରି ୪ଜଣ ଜୁଆଡି କାମରାଜ ସାହୁ,,ଶଙ୍କର ସେଠି, କେଦାର ରାଉଳ,ବାଉରୀ ସେଠି କୁ ଗିରଫ କରିବା ସହ ମୋଟ ୫୫୭୦ ଟଙ୍କା ଓ ଗୋଟେ ମୁଠା ତାସପତା ଜବତ କରିଛି।ସମସ୍ତ ଗିରଫ ଅଭିଯୁକ୍ତମାନେ ଦୁର୍ବନ୍ଧ ଗ୍ରାମର ବୋଲି ଜଣା ପଡିଛି। ଏନେଇ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏଏସଆଇ ପ୍ରକାଶ ବେହେରା, ,ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ,କନେଷ୍ଟବଲ ବସନ୍ତ ଉପାଧ୍ୟାୟ,କନେଷ୍ଟବଲ ସ କେ ରଣସିଙ୍ଗ ,୪ଜଣ ଓଏସଏପି ସୁରେଶ ଗଉଡ଼, କୃଷ୍ଣଚନ୍ଦ୍ର ଦଳେଇ, ଏଲିଓ ଭୁଆଁ, ମୁନା ପ୍ରମୁଖ ଚଢ଼ଉ କରିଥିଲେ।ବିଭିନ୍ନ ଜୁଆ ଆଡ୍ଡା,ଚୋରା ମଦ କାରବାର ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ପୁଲିସର ତୀକ୍ଷ୍ଣ ନଜର ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ଅଭିମନ୍ୟୁ ଦାସ କହିଛନ୍ତି।