(ସୁର୍ଯ୍ୟକାନ୍ତ ବେହେରା / ମାଲକାନଗିରି) ; ମାଲକାନଗିରି, ମାଥିଲି ବ୍ଲକ ଅନ୍ତର୍ଗତ ଭେଜାଗୁଡା ପଞ୍ଚାୟତର ପୁଲାପାଲ୍ଲୀ ନିକଟସ୍ଥ ପାଲକାଗୁଡାର ଚାରି ଅନାଥ ପିଲା ଏବେ ବଞ୍ଚିବା ପାଇଁ ଖୋଜୁଛନ୍ତି ଆଶ୍ରୟ ଜ୍ଝ ପେଟ ପାଇଁ ବାର ଦୁଆର ହେଲା ପରେ ସବୁଠି ତିରସ୍କାରର ସରବ୍ୟ ହୋଇ ଶେଷରେ ପ୍ରଶାସନର ଦ୍ବାରସ୍ଥ ହେଲା ପରେ ନୈରାଶ୍ୟ ହୋଇ ପୁନଶ୍ଚ ନିଜ ଗ୍ରାମକୁ ଫରିଛନ୍ତି ଚାରି ଜଣ ଅନାଥ ପିଲା ଜ୍ଝ ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ପାଲକାଗୁଡା ଗାଁର ରାମ ପୁଲାଙ୍କର ଚାରି ଜଣ ସନ୍ତାନ ଭୀମା (୧୫),ମିନତୀ(୧୩),ଶିବ(୧୧),ଓ ସବିତା(୯) ଜନ୍ମ ଗ୍ରହଣ କରିଥିବା ବେଳେ ତା’ ସ୍ତ୍ରୀ ଚନ୍ଦ୍ରମା ପୁଲା ଚାରି ବର୍ଷ ତଳେ ଅର୍ଥାଭାବରୁ ଉତ୍ତମ ଚିକିତ୍ସା ସେବା ନପାଇ ଅକାଳରେ ଦେହାନ୍ତ ହୋଇଥିଲା ଜ୍ଝ ପୁଣି ତିନି ବର୍ଷ ପରେ ରାମ ପୁଲାର ମାନସିକ ବିକୃତି ଘଟିବାରୁ ସେ କୁଆଡେ ଚାଲି ଯାଇଛେ ଯେ,ଆଜି ପର୍ୟ୍ୟନ୍ତ ଘରକୁ ଫେରି ନି ଜ୍ଝ ସେମାନେ ଅନାଥ ହୋଇ ତାଙ୍କ ବଡ ବାପାଙ୍କ ଅଶ୍ରୟରେ ବଞ୍ଚି ଆସୁଥିଲେ ଜ୍ଝ ବଡ ବାପାଙ୍କର ଚାରି ପିଲା ହେତୁ ଗରିବ ମଣିଷ ସମସ୍ତ ଭାର ବୋହି ସଂସାର ଚଳାଇବା କଷ୍ଟ ସାଧ୍ୟ ଜ୍ଝ ତେଣୁ ଝିଆରୀ ପୁତୁରାମାନଙ୍କୁ ହଷ୍ଟେଲ ସ୍କୁଲରେ ପାଠ ପଢିବା ପାଇଁ ଭର୍ତ୍ତି କରି ଦେଇଥିଲା ଜ୍ଝ ତେବେ କରୋନା ହେତୁ ସବୁ ସ୍କୁଲ ଏବଂ ହଷ୍ଟେଲଗୁଡିକ ବନ୍ଦ ଥିବାରୁ ସେମାନେ ନିଜ ଗାଁ ପାଲକାଗୁଡାରେ ରହୁଛନ୍ତି ଜ୍ଝ ଏବେ ସେମାନଙ୍କ ପେଟକୁ ଦାନା ନାହିଁ ଜ୍ଝ ବନ୍ଧୁ ବାନ୍ଧବ ଘରେ କିଛି ଦିନ ରହି ପୋଷିବା ପରେ ଏହି ଅନାଥ ପିଲାଙ୍କୁ କିଏ ବା କେତେ ଦିନ ପୋଷିବ ?ନିଜ ପରିବାରକୁ ପୋଷିବା ଏହି ମହଙ୍ଗା କାଳରେ ଅସମ୍ଭାଳ ଜ୍ଝ ତେଣୁ ସେହି ହତଭାଗା ଅନାଥ ପିଲାମାନଙ୍କ ଭବିଷ୍ୟତ ଦିନକୁ ଦିନ ଅସମ୍ଭାଳ ଜ୍ଝ ଜୀଇଁବା ପାଇଁ ସବୁ ପଥ ଅବରୋଧ ଜ୍ଝ ସେମାନଙ୍କୁ ଥଇଥାନ କରିବା ଲାଗି +୨ ପଢିଥିବା ଭଣ୍ଡାରୀ ପାଙ୍ଗାମର ଜଣେ ଯୁବକ ଦଶରଥ ସିଓ ମାଲକାନଗିରି ସଦର ମହକୁମାକେ ରହୁଥିବା ସମାଜସେବୀ ରାମକୃଷ୍ଣ ଚୌଧୁରୀ ସହ ଅନାଥ ୪ ଜଣ ପିଲାଙ୍କୁ କିପରି ଜିଲ୍ଲା ପ୍ରଶାସନ ଦ୍ବାରା ଥଇଥାନ କରାଯିବ ଅବଗତ କରାଇ ସେମାନଙ୍କୁ ମାଲକାନଗିରି ଆଣିଥିଲେ ଜ୍ଝ ଶ୍ରୀ ଚୌଧୁରୀ ଏହି ଅନାଥ ପିଲାମାନଙ୍କୁ ଥଇଥାନ ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ଜ୍ଝ ମାଥିଲି ବ୍ଲକ ବିଡିଓ,ମାଥିଲି ତହସିଲଦାରଙ୍କୁ ମଧ୍ୟ ପିଲାମାନଙ୍କ ଥଇଥାନ ସଂପର୍କରେ ଲିଖିତ ଜଣାଇଲେ ଜ୍ଝ ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଦରଖାସ୍ତ ଦେଇ ନିବେଦନ କଲେ ଜ୍ଝ କିନ୍ତୁ କୌଣସି ଅଧିକାରୀ ଏମାନଙ୍କ ଥଇଥାନ ଲାଗି ଆନ୍ତରିକତା ନଥିବାରୁ ସେହି ଅନାଥ ପିଲାମାନେ ନିଜ ଗ୍ରାମକୁ ନୈରାଶ୍ୟରେ ଫେରିଥିବା ଜଣା ପଡିଛି ଜ୍ଝ