କରୋନା ସଚେତନତା କରାଇଲେ ବଡଚନା ବିଧାୟକ

(କୀର୍ତ୍ତିରାଜ ସ୍ୱାଇଁ, ବଡଚନା): ଆଜି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ବିଭିନ୍ନ ପଞ୍ଚାୟତ ବୁଲି ଆଶା ଦିଦୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ କରୋନା ସମ୍ବନ୍ଧରେ ସଚେତନ କରାଇବା ସହ ନିଜକୁ ମଧ୍ୟ ସୁରକ୍ଷିତ ରଖିବାପାଇଁ ପରାମର୍ଶ ଦେଇଛନ୍ତି । ଏହା ସହ ସମସ୍ତ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ମାସ୍କ, ଗ୍ଲୋବ୍ସ ଏବଂ ସାନିଟାଇଜର ପ୍ରଦାନ କରିଥିଲେ। ଆଜି ବିଧାୟକଙ୍କର ଏହି କାର୍ୟ୍ୟକ୍ରମ ସିହା, ଦର୍ପଣ, କାଇମାଟିଆ ଏବଂ ଭୁଷଣ୍ଡପୂର ପ୍ରଭୃତି ପଞ୍ଚାୟତରେ ଚାଲିଥିଲା। ଏହି କାର୍ୟ୍ୟକ୍ରମରେ ବଡ଼ଚଣା ବିଜେଡି ସଭାପତି ଅରବିନ୍ଦ ସାମଲ, ବଡ଼ଚଣା ମେଡିକାଲ୍ ଅଫିସର୍ ଡ଼ଃ. ପଶାୟତ, ବଡ଼ଚଣା ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲ୍ଲା ପରିଷଦ ସଭ୍ୟ ବିନୋଦିନୀ ସାହୁ, ନିରଞ୍ଜନ ସେନାପତି, ଗଣେଶ୍ୱର ବରାଳ, ଯତୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।