(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା କଣିହାଁ ଏମସିଏଲ ପ୍ରକଳ୍ପ ଅଫିସ ସମ୍ମୁଖରେ କ୍ଵାଟର ବଣ୍ଟନରେ ଅନିୟମିତତା ଅଭିଯୋଗ ଆଣି ଏଚଏମଏସ କର୍ମଚାରୀ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଥିଲା । ତେବେ ଏମସିଏଲ ଅଧିକାରୀ ଓ ଏଚଏମଏସ ସଂଘ କର୍ମଚାରୀ ମାନଙ୍କୁ ନେଇ ଏକ ବୈଠକ ବସିଥିଲା ଏବଂ ୭ ଦିନ ମଧ୍ୟରେ ହାଉସ କମିଟି ବୈଠକ ବସିଲେ ଏହା ର ସ୍ଥାୟୀ ସମାଧାନ କରାଯିବ ବୋଲି ନିଷ୍ପତି ହେବା ପରେ ଧାରଣା କାରୀ ଧାରଣାରୁ ହଟିଥିଲେ । ତେବେ ନିର୍ଦ୍ଧିଷ୍ଟ ୩ ଟି କ୍ଵାଟରକୁ ଅସ୍ତ୍ରକରି ଏଚଏମଏସ ପକ୍ଷରୁ ଦିଆଯାଇଥିବା ଧାରଣା ବେଆଇନ ଏବଂ ଏହି ୩ କ୍ଵାଟରରେ ବିଏମଏସ କର୍ମଚାରୀ ଅଛନ୍ତି ବୋଲି କଣିହାଁ ଖଣିର ଜୈନେକ ବରିଷ୍ଠ ଅଧିକାରୀ ନିଜ ନାମକୁ ଗୋପନରେ ରଖି ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ଗତ ମଙ୍ଗଳବାର ଦିନ କଣିହାଁ ଓସିପି ଶ୍ରମିକ ୟୁନିୟନ ନିର୍ବାଚନ ହୋଇଥିଲା।ଏହି ନିର୍ବାଚନରେ ଓସିପି ନୂତନ ନିଯୁକ୍ତି ପ୍ରାପ୍ତ ଓ ଏମସିଏଲର ଅନ୍ୟ ପ୍ରକଳ୍ପରୁ ଆସିଥିବା ୨୦ଜଣ କର୍ମଚାରୀଙ୍କୁ ନେଇ ନିର୍ବାଚନ ହୋଇଥିଲା। ସେଥିରୁ ୧୭ ଭୋଟ ବିଏମଏସ ଖାତାକୁ ଆସିଥିବା ବେଳେ ଏଚଏମଏସ କୁ ୧ଖଣ୍ଡ ଓ ଆଇଏନଟିୟୁସି ଶ୍ରମିକ ସଂଗଠନ ୨ ଟି ଭୋଟରେ ସନ୍ତୁଷ୍ଟ ହୋଇଥିଲା । ଏହି ଭୋଟିଂ ଫଳାଫଳ ଜାଣିବାପରେ ଉଭୟ ଏଚଏମଏସ ଓ ଆଇଏନଟିୟୁସି ୟୁନିୟନ ହତାଶ ।ଫଳରେ ଆକ୍ରୋଶ ମୂଳକ ଭାବରେ ହତାଶ ହୋଇ ଏଚଏମଏସ ଏଭଳି ଧାରଣା ଦେଇଥିବା ଏଚଏମଏସ ଶ୍ରମିକ ସଂଗଠନ ସମ୍ପାଦକ ଅଭୟ କୁମାର ସାହୁ ସୂଚନା ଦେଇଛନ୍ତି। ୩ ଟି କ୍ଵାଟରରେ ବିଏମଏସ କର୍ମଚାରୀ ସଂଘର ସଦସ୍ୟ ରହୁଛନ୍ତି। ଗୋଟିଏ କ୍ଵାଟର ଦୀର୍ଘ ୫ ବର୍ଷ ପୂର୍ଵରୁ ଆଲଟ ହୋଇଥିବା ବେଳେ ଆଉଟ ସାଇଡ ପ୍ରୋଜେକ୍ଟରୁ ଆସିଥିବା ୩ କର୍ମଚାରୀ ଗୋଟିଏ କ୍ୱାଟରରେ ରହୁଛନ୍ତି। ଡୁଆଲ ଶ୍ରମିକ ସଂଘରେ ଥିବା ସଦସ୍ୟ ବିଏମଏସକୁ ଆସିଲା ପରେ ଏଭଳି ଘଟଣା ଘଟିଥିବା ବିଏମଏସ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଟ୍ରାଜିଟ କ୍ୟାମ୍ପ କ୍ୱାଟର ଆଲଟ ମେଣ୍ଟ ସମସ୍ତ ୟୁନିୟନକୁ ଏମସିଏଲ ପକ୍ଷରୁ ଦିଆଯାଇଥିବା ବେଳେ ସେମାନଙ୍କର ପରିବାର ଲୋକ ରହୁଛନ୍ତି ବୋଲି ଏମସିଏଲ ପକ୍ଷରୁ କୁହାଯାଇଛି ।