(ଜଳେଶ୍ୱର/ଅଜିତ ସାହୁ): କୋରୋନାକୁ ନିପାତ କରିବା ପାଇଁ, ସତର୍କତା, ସଚେତନତା, ସାଙ୍ଗକୁ ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ। ଏସବୁ ନୀତି ନିୟମକୁ ବଜାଇ ରଖିବା ପାଇଁ ସରକାର ସଚେତନ କରିବା ସହିତ ଲକଡାଉନ ଜାରି କରିଛନ୍ତି । ଦେଶରେ ତଥା ରାଜ୍ୟରେ ଲାକଡାଉନକୁ ୫୦ଦିନରୁ ଉର୍ଦ୍ଧ୍ବ ବିତିଲାଣି । ତେବେ ଏହି ଲକଡାଉନ ଅସହାୟ, ଗରିବ,ଖଟିଖିଆ ଓ ପଶୁପକ୍ଷୀଙ୍କ ଉପରେ ଅଧିକ ପ୍ରଭାବ ପକାଇଛି । ସେମାନେ ଓଲିଏ ଖାଇଲେ ଓଲିଏ ଉପବାସ ରହୁଛନ୍ତି। ଏହି ସମୟରେ ସହାୟତାର ହାତ ବଢ଼ାଇଛି ଆସ୍ଥା ଟ୍ରଷ୍ଟ । ଜଳେଶ୍ୱର, ବସ୍ତା, ଭୋଗରାଇ, ବାଲିଆପାଳ ଅଞ୍ଚଳରରେ ଥିବା ଅଦିବାଶୀ ହରିଜନ ସାହିରେ ପହଁଚି ମାସ୍କ, ଗ୍ଲୋବସ, ସେନିଟାଇଜର, ସାବୁନ, ଦେଇ ଲୋକଙ୍କୁ ସଚେତନ କରିବା ସହିତ ଶୁଖିଲା ଖାଦ୍ୟ ସହିତ, ରନ୍ଧା ଖାଦ୍ୟ ଦେଇ ଅଶହାୟଙ୍କ ମୁହଁରେ ହସ ଫୁଟାଇଛି ଆସ୍ଥା ଟ୍ରଷ୍ଟ। ଏନେଇ ଆସ୍ଥା ଟ୍ରଷ୍ଟ ଓ ଅସହାୟ ବ୍ୟକ୍ତିଙ୍କ ସହିତ ରିପୋଟର୍ସ ଟୁଡେର ଅଧିକ ଆଲୋଚନା ।