ଉପ ବାଚସ୍ପତି ଦୌଡରେ ବିଜେଡି, ୱାଇଏସଆର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଲୋକସଭା ଉପ-ବାଚସ୍ପତି ପଦକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ମନମାଳିନ୍ୟ ଚାଲିଥିବା ବେଳେ କିନ୍ତୁ ଥମୁନାହିଁ ଚର୍ଚ୍ଚା । ପୂର୍ବରୁ ଶୁଣିବାକୁ ମିଳୁଥିଲା ବିଜେଡି ସାଂସଦ ଭତୃହରୀ ମହତାବଙ୍କୁ ଏହି ପଦ ପାଇଁ ଚୟନ କରାଯାଇଛି, ଯାହାକୁ ଶିବସେନା ବିରୋଧ କରୁଛି । ଏବେ ଶୁଣିବକୁ ମିଳୁଛି ଆନ୍ଧ୍ର ପ୍ରଦେଶରର ଓ୍ୱାଇଏସ୍‌ଆର୍‌ କଂଗ୍ରେସ୍। ଉଭୟ ଜଗନ ମୋହନ ରେଡ୍ଡୀ ଓ ନବୀନ ପଟ୍ଟନାୟକଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍‌ ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି କି, ବିଜେପି ସାଂସଦ ଜିଭିଏଲ୍ ନରସିଂହା ରାଓ, ଏ ସଂପର୍କରେ ଜଗନଙ୍କ ସହ ଆଲୋଚନା କରିଛନ୍ତି । ହେଲେ ଜଗନ ଏପର୍ୟ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।
କ୍ଷମତାକୁ ଫେରିବା ପରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନବୀନ। ତେବେ ସାକ୍ଷାତ ଆଲୋଚନାରେ ଉପବାଚସ୍ପତି ପ୍ରସଙ୍ଗ ଉଠି ନଥିବା କୁହାଯାଉଛି। ତେବେ ପୂର୍ବରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ବିଜେଡିକୁ ଅଫର୍‌ ଦିଆଯାଇଥିଲା।