ବାରିପଦା-: ଯୁବକଙ୍କୁ ବି ଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ । ବାଇକରେ ଆସି ଯୁବକଙ୍କ ଉପରକୁ ଆଖିବୁଜା ଗୁଲିବର୍ଷା କଲେ। ଏନଏଚ୍-୧୮ ଅସନଯୋଡା ନିକଟରେ ଜାନେ ଯୁବକଙ୍କ ଉପରକୁ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ । ବାରିପଦାରେ ଆଜି ଏପରି ଏକ ଜଘନ୍ୟ ଅପରାଧ ଦେଖିବାକୁ ମିଲିଛି । ଦିନ ଦ୍ୱିପ୍ରହରେ ଆତଙ୍କ ଖେଳାଇଛନ୍ତି ୩ ଜଣ ଦୁର୍ବୃତ୍ତ।
ସୂଚନା ଅନୁସାରେ, ଯୁବକଙ୍କୁ ଲୁଟ ଉଦ୍ୟମ କରି ବିଫଳ ହେବାରୁ ଫାୟାରିଂ କରିଥିଲେ ଦୁର୍ବୃତ୍ତ । ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଯୁବକଙ୍କ ମୁଣ୍ଡ ଏବଂ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।