ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ରାଇରଙ୍ଗପୁର କଲେଜ ସମ୍ମୁଖରେ ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଲଳିତ ମହାନ୍ତ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ । ନିର୍ଦ୍ଦେଶକ ସଦ୍ଦାମ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରୁଦ୍ରନାଥ ଧୀର ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଅନୁଷ୍ଠାନର ଅଧ୍ୟାପିକା ଶୁଭ୍ରା ମହାନ୍ତି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ୟ୍ୟକ୍ରମ ପରିଚାଳନାରେ ସରୋଜ ମହାନ୍ତ , ଅଶୀତ କୁମାର ଜୌତିଷୀ, ଅଙ୍କିତ କୁମାର ଜୌତିଷୀ, ବିକାଶ ଗିରି, ରବିନ୍ଦ୍ର ସୋରେନ୍, ମହେଶ ଦିଗାର, କିସୁନ ହାଂସଦା, ରଞ୍ଜିତ ନାଏକ, ଅଜୟ ବେହେରା, ଉଜ୍ଜଳ ଜୌତିଷୀ, ସିପୁନ ବାରିକ, ଲକ୍ଷ୍ମଣ ମୁର୍ମୁ, ରେଶମା ପରବିନ୍, ଅନୀତା ମହାରଣା, ଶୁଭମ୍ ଗିରି, ଜ୍ୟୋତି ମହାନ୍ତ, ରେଖା ରାୟ, ଦୀପିକା ମହାନ୍ତ, ଦେବାଶିଷ ମାଝୀ, ମୌସୁମୀ ପାତ୍ର, ଆହାଲାନ ମୁରମୁ, ଜିତ ମାରାଣ୍ଡି, କମଳା ସୋରେନ୍, ଦୁଲାରୀ ହାଁସଦା, ସାଉନା ମାରାଣ୍ଡି ଓ ଗୋବିନ୍ଦ ବାସକେ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ଶୁଭ୍ରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।