(ଭୁବନେଶ୍ୱର/ସରୋଜ ରାଉତ): ଜଗଜ୍ଜନନୀ ମା ଦ୍ରୁ୍ଗା କରିଛନ୍ତି ଧରାବତରଣ । ମାଙ୍କ ପୂଜା ଆରାଧନା ପାଇଁ ଆରମ୍ଭ ହୋଇଯାଇଛି ଶାରଦୀୟ ପୂଜା । ଆଜି ବିଭିନ୍ନ ମଣ୍ଡପରେ ମା’ଙ୍କ ସପ୍ତମୀ ପୂଜାର୍ଚ୍ଚନା ହେଉଛି । କିନ୍ତୁ ପୂଜା ପାଇଁ ନା ଦେଖିବାକୁ ମିଳୁଛି ଆଖି ଝଲସା ତୋରଣ, ନାହିଁ ସାଜସଜ୍ଜା । ପୂଜା ମଣ୍ଡପରେ ନାହିଁ ଲୋକ ଗହଳି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଙ୍କ ପୂଜାକୁ କରାଯାଉଛି ବିନା ଆଡମ୍ବରେ ।
କରୋନା ସଂକ୍ରମଣ ପାଇଁ ସବୁଠି କଟକଣା । ଯୁଗ ଯୁଗରୁ ଚାଲିଆସିଥିବା ଏହି ପାରମ୍ପରିକ ପୂଜାର ମହତ୍ୱକୁ ନେଇ କୋର୍ଟ ପୂଜା ପାଇଁ ଅନୁମତି ଦେଇଛନ୍ତି । କିନ୍ତୁ ବିନା ଆଡମ୍ବରେ ପୂର୍ଣ୍ଣ ପୂଜା ପାଇଁ ରହିଛି କଡା ନିର୍ଦ୍ଦେଶ । ମଣ୍ଡପକୁ ଭକ୍ତଙ୍କ ପ୍ରବେଶ ଉପରେ ରହିଛି ନିଶେଦ୍ଧାଦେଶ । ଏଥିସହ ଚଳିତ ପୂଜାରେ ପ୍ରତିଯୋଗିତା ମୂଳକ ମାଙ୍କ ମୃଣ୍ମୟୀ ମୂର୍ତ୍ତି ଉପରେ ମଧ୍ୟ ରହିଛି କଟକଣା । ତେଣୁ ପୁଲିସ ପ୍ରଶାସନକୁ ସହଯୋଗ କରିବାକୁ ତଥା ଲୋକଙ୍କ ସୁରକ୍ଷା ପାଇଁ ପ୍ରତି ମଣ୍ଡପରେ ନିଆଯାଇଛି ବିଧିବଦ୍ଧ ପଦକ୍ଷେପ । ମଣ୍ଡପକୁ ଭକ୍ତଙ୍କ ପାଇଁ ରହିଛି ବାରଣ ।