ଭୁବନେଶ୍ୱର ; ପରିବେଶ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଲୋକଙ୍କୁ ଅବଗତ ତଥା ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ । ଜୁଲାଇ ୨୮ ତାରଖକୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ରୂପେ ପାଳନ କରାଯାଏ ।ଏହା ଏକ ସୁସ୍ଥ ଓ ସ୍ଥ୍ଥିର ପରିବେଶ ସମାଜର ମୂଳଦୁଆ ।ପରିବେଶ କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ । ମାନବଜାତିକୁ ପୃଥିବୀ ର ସମସ୍ତ ଉପଯୁକ୍ତ ସମ୍ବଳ କୁ ସଂରକ୍ଷଣ କରି ରଖିବା ଦରକାର ।ବର୍ତ୍ତମାନ ପ୍ରଯୁକ୍ତ ବିଦ୍ୟାର ଦ୍ରୁତ ବିକାଶ କୁ ଜଳବାୟୁ , ପରିବେଶ ପ୍ରଦୂଷଣ, ବଢୁଥିବା ତାପମାତ୍ରା ଏବଂ ମୃତ୍ତିକା କ୍ଷୟ ଆଦି ଯୋଗୁଁ ପରିବେଶ କୁ ବହୁମାତ୍ରା ରେ ପ୍ରକୃତି ଉପରେ ପ୍ରଭାବ ପକାଉଛି । ପାଣି,ପବନ ଖଣିଜ ପର୍ଦାଥ ଆଦି ସୁବିନିଯୋଗ କରିବା ଦିଗରେ ସମସ୍ତଙ୍କୁ ସଚେତନ ରହିବା ଆବଶ୍ୟକ । ସମାଜ ର ଲୋକଙ୍କୁ ସଚେତନ କରିବା ପାଇଁ ଏହି ଦିବସ ପାଳନ କରାଯାଏ ।ଯଦି ଏବେଠାରୁ ସଚେତନ ନ ହୁଅନ୍ତି ଆଗକୁ ପ୍ରକୃତି ନଷ୍ଟ ହୋଇଯିବ । ଏହା ଆମକୁ ପ୍ରକୃତିକ ସୁରକ୍ଷା ଦେବାକୁ ପଡିବ । ପ୍ରକୃତିର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦିଗରେ ସଠିକ୍ ପଦକ୍ଷପ ନେବା ଦରକାର ।