ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ନିକଟ ପରିତ୍ୟକ୍ତ ବୋରୱେଲରେ ପଡିଯାଇଛନ୍ତି ୮୦ ବର୍ଷିୟ ବୃଦ୍ଧା ଦୁଃଖୀ ନାଏକ ।ନିଜ ଝିଅ ଘରକୁ ଆସିଥିବା ବେଳେ,ସେ ଝାଡୁ ତିଆରି ରେ ଆବଶ୍ୟକ ବେଣା ଆଣିବା ପାଇଁ ଯାଇଥିଲେ । ତାଙ୍କ ନିଜ ଘର ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ହୋଇଥିବା ସୁଚନା ।ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ଉଦ୍ୟମ ଜାରିରଖିଛି ।ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ସମାନ୍ତରାଳ ଭାବରେ ଏକ ରାସ୍ତା ତିଆରି ଚାଲିଥିବା ଓ ତାଙ୍କ ପାଖକୁ ପାଇପ୍ ଯୋଗେ ଅକ୍ସିଜେନ୍ ପଠାଜାଉଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।