ଭାତ ଡାଲି ଖାଇ ୩୦ ଦିନରେ କମାନ୍ତୁ ଓଜନ

0

ଓଜନ ବୃଦ୍ଧି ବର୍ତ୍ତମାନ ସମୟରେ ଏକ ବଡ ସମସ୍ୟାର କାରଣ । ଲୋକ ଓଜନ କମ କରିବା ପାଇଁ ବହୁ ପ୍ରକାର ଚେଷ୍ଟା କରୁଛନ୍ତି । କିନ୍ତୁ ଆଜି ଆମେ ଆମେ ଆପଣଙ୍କୁ ଗୋଟିଏ କଥା କହିବୁ ଯାହା ଓଜନ ହ୍ରାସ ପାଇଁ ଖାଦ୍ୟରେ ସାମିଲ କରିବା ଜରୁରୀ। ଏହି ଖାଇବା ସମସ୍ତଙ୍କ ଘରେ ତିଆରି ହୋଇଥାଏ ଓ ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ ପଡିବ ନାହିଁ। ଏହି ଦୁଇଟି ଜିନିଷ ହେଉଥିବା ଭାତ ଓ ଡାଲି। ଅଧିକାଂଶ ଲୋକ ଭାବନ୍ତି ଡାଲି ଓ ଭାତ ଖାଇଲେ ଓଜନ ବୃଦ୍ଧି ଘଟେ କିନ୍ତୁ ତାହା ସତ ନୁହେଁ, ଏହାକୁ ଏକାଠି ଖାଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ସବୁଡାଲି ଅପେକ୍ଷା ମସୁର ଡାଲି ଭାତ ଖାଇବା ଦ୍ୱାରା ଶିଘ୍ର ଓଜନ ହ୍ରାସ ପାଇଥାଏ , ଆସନ୍ତୁ ଜାଣିବା କିପରି

ମସୁର ଡାଲିରେ ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଏବଂ ଭାତରେ କାର୍ବୋହାଇଡ୍ରେଟ୍ ଭରପୂର। ଏପରି ପରିସ୍ଥିତିରେ, ଯେତେବେଳେ ଆପଣ ମସୁର ଡାଲି ଓ ଭାତ ଏକାଠି ଖାଆନ୍ତି, ଶରୀରକୁ କାର୍ବୋହାଇଡ୍ରେଟ୍ ସହିତ ଅନେକ ଜରୁରୀ ଭିଟାମିନ୍ ମିଳିଥାଏ। ଶରୀରରେ ଶକ୍ତି ଉତ୍ପନ୍ନ ହୋଇଥାଏ ଓ ହଜମ ପ୍ରକ୍ରିୟା ଠିକ୍ ରହିଥାଏ। ଓଜନ ହ୍ରାସ କରିବାକୁ, ଆପଣ ସପ୍ତାହରେ ପ୍ରାୟ ୪ ଥର ରାତ୍ରି ଭୋଜନରେ ଡାଲି ଭାତ ଖାଇବା ଉଚିତ୍। ଏହା ଓଜନ ବୃଦ୍ଧି କରିବ ନାହିଁ ବରଂ ହ୍ରାସ କରିବ।ଶାକାହାରୀ ଲୋକଙ୍କ ପାଇଁ ଏହା ଖାଇବା ଦ୍ୱରା ବହୁ ପ୍ରେଟିନ ମିଳିଥାଏ ।