ଭୁବନେଶ୍ୱର: ଓଡ଼ିଶା ମୁଁହା ହୋଇଥିବା ବାତ୍ୟା ଦାନା ଲ୍ୟାଣ୍ଡ ଫଳ ପାଇଁ କିଛି ସମୟ ବାକି | ସମ୍ପୃକ୍ତ ଜିଲ୍ଲାରେ ଥିବା ଜିଲ୍ଲପାଳ ଓ ବରିଷ୍ଠ IAS ଙ୍କୁ ଜିଲ୍ଲା କୁ ପଠା ଯାଇଛି | ଆଜି vc ମାଧ୍ୟମ ରେ କଥା ହୋଇ ସନ୍ତୋଷ ଜନକ ରିପୋର୍ଟ ଆସିଛି | 11 ଜିଲ୍ଲା କ୍ଷତି ହେବ ଉକ୍ତ ଜିଲ୍ଲାର 38 ବ୍ଲକ ର 1653 ପଞ୍ଚାୟତ ଓ 9 ପୌରାଞ୍ଚଳ ରେ 3 ଲକ୍ଷ 62 ହଜାର କୋକଙ୍କୁ ସ୍ଥାନାନ୍ତର କରାଯିବ | ବର୍ତ୍ତମାନ ସୁଦ୍ଧା 3 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି | ଗାଈ ଗୋରୁ ଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି | ସ୍ଥାନାନ୍ତରିତ କରିବା ବଡ଼ କାର୍ଯ୍ୟ ଥିଲା | ବାତ୍ୟା ଆଶ୍ରୟ ସ୍ଥଳୀ କୁ ସ୍ଥାନାନ୍ତିର ଆଉ କିଛି ସମୟ ମଧ୍ୟ ରେ ସରିବ | 7285 ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି | 842 ଟି ବହୁ ମୁଖି,6043 ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି | 2 ହଜାର 338 ଗର୍ଭବତୀ ଙ୍କୁ ମେଡିକାଲ ସ୍ଥାନାନ୍ତିର ହୋଇଛି | ବାତ୍ୟା ମୁକାବିଲା ପାଇଁ NDRF 19,ଓଡ୍ରାଫ 51,ଅଗ୍ନିଶମ 220 ଓ 158 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି | ଗାଁ ରେ ପୋଲିସ ପେଟ୍ରୋଲିଙ୍ଗ ହେଉଛି | ଶୌଚାଳୟ ପରିଷ୍କାର ପାଇଁ ବ୍ୟବସ୍ଥା ହୋଇଛି | ହସ୍ପିଟାଲ ରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି | ବାତ୍ୟା ଲ୍ୟାଣ୍ଡ ପଲ ପରେ ବିଦ୍ୟୁତ ସଂଯୋଗ ପାଇଁ ଟିମ ପ୍ରସ୍ତୁତ ଅଛି | 11 ଟି ଜିଲ୍ଲା କୁ ସଚିବ ସ୍ତରୀୟ IAS ମାନେ ପ୍ରଭାବିତ ଜିଲ୍ଲାର ଗାଁ କୁ ଯାଇ ତଦାରଖ କରୁଛନ୍ତି | କେନ୍ଦ୍ର ର ଆବଶ୍ୟକ ଓ ସହଯୋଗ ଲୋଡ଼ିବା ପୂର୍ବରୁ କେନ୍ଦ୍ର ପ୍ରସ୍ତୁତ ଅଛି | କେନ୍ଦ୍ର କ୍ୟାବିନେଟ ବସିଥିଲା ପ୍ରଧାନମନ୍ତ୍ରୀ ବାତ୍ୟା ଦନାକୁ ନେଇ ଆଲୋଚନା କରିଛନ୍ତି | ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଯାହା ଆବଶ୍ୟକ ତୁରନ୍ତ ଯୋଗାଇଦେବେ |