ଭିସୁଟରେ ଅଫଲାଇନ ପରୀକ୍ଷା ବାତିଲ

ସମ୍ବଲପୁର: ବୁର୍ଲା ଭିସୁଟରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିଚାଲିଛି । ଏହାକୁ ଆଖି ଆଗରେ ରଖି ବୁର୍ଲା ଭିସୁଟରେ ବାତିଲ ହୋଇଛି ଅଫଲାଇନ ପରୀକ୍ଷା ଓ ପାଠପଢ଼ା । ଭିସୁଟରେ ଲଗାତାର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଏଭଳି ନିଷ୍ପିତିି ନିଆଯାଇଛି । ଆସନ୍ତା ୧୦ ତାରିଖ ଯାଏଁ ସମସ୍ତ ଅଫଲାଇନ କ୍ଲାସ ବାତିଲ କରାଯାଇଛି । ଏହାସହ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡ଼ିଛନ୍ତି । ସମସ୍ତ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯିବା ସହ ନେଗେଟିଭ ବାହାରିଥିବା ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଓମିକ୍ରନ ମୁଣ୍ଡବିନ୍ଧାର କାରଣ ପାଲୋଟିଛି ।