ଆନ୍ତର୍ଜାତୀୟ କ୍ରିକେଟରେ କିଙ୍ଗ କୋହଲିଙ୍କ ୧୫ ବର୍ଷ ପୂରିଛି । ଅର୍ଥାତ ଆଜର ଦିନରେ କିଭ୍ଗ କୋହଲି ୧୫ ବର୍ଷ ତଳେ ଆନ୍ତର୍ଜାତୀୟ କ୍ରିକେଟରେ ଏଣ୍ଟ୍ରି କରିଥିଲେ ।୨୦୦୮ ମସିହା ଅଗଷ୍ଟ ମାସ ୧୮ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳି କୋହଲି ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଯାହାକୁ ଆଜି ୧୫ ବର୍ଷ ପୂରଣ ହେଇଛି ।
୧୫ ବର୍ଷର କ୍ରିକେଟ କ୍ୟାରିୟରରେ କୋହଲି ଅନେକ ଉପଲବ୍ଧି ହାସଲ କରିଛନ୍ତି । ନିଜର ପ୍ରଥମ ମ୍ୟାଚରେ ମାତ୍ର ୧୨ ରନ କରି ଆଉଟ ହୋଇଥିଲେ କୋହଲି ।କିନ୍ତୁ ଆଜି ବିଶ୍ୱର ନମ୍ବର ୱାନ୍ ବ୍ୟାଟ୍ସମ୍ୟାନ୍ ହେବାର ଗୌରବ ହାସଲ କରିପାରିଛନ୍ତି । ଖାଲି ସେତିକି ନୁହେଁ, କ୍ରିକେଟ୍ ଦୁନିଆର ଅନେକ ରେକର୍ଡକୁ ମଧ୍ୟ କୋହଲି ନିଜ ନାଁରେ କରିପାରିଛନ୍ତି ।
ବିରାଟ ୨୦୧୧ରେ ବିଶ୍ୱକପ ବିଜୟୀ ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିଲେ । କୋହଳି ଭାରତୀୟ ଦଳର ଟି-୨୦ ସିରିଜର ଟପ ସ୍କୋରର । ସେହିପରି ଟେଷ୍ଟ କ୍ରିକେଟର ୭ଟି ଡବଲ ସେଞ୍ଚୁରୀ ମାରିଥିବା କୋହଲି ହେଉଛନ୍ତି ପ୍ରଥମ କ୍ରିକେଟର । ନିଜ କ୍ରିକେଟ କ୍ୟାରିୟର ଭିତରେ କୋହଲି ମୋଟ ୭୬ଟି ଶତକ ମାରିସାରିଲେଣି । ଆଜି ପର୍ୟ୍ୟନ୍ତ ସେ ମୋଟ ୫୦୧ଟି ମ୍ୟାଚ୍ ଖେଳିଥିବାବେଳେ, ୨୫ ହଜାର ୫୮୨ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟରେ ତାଙ୍କ ଆଭରେଜ୍ ୪୯.୨୯ ଥିବାବେଳେ, ଦିନିକିଆରେ ସେ ୫୭.୩୨ ଆଭରେଜରେ ୧୨ ହଜାରରୁ ଅଧିକ ରନ୍ କରିଛନ୍ତି । ସେହିପରି ଟି-୨୦ରେ ମଧ୍ୟ ସେ ୪ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ।