ଚାକିରି ପାଇଯିବା ପରେ ପଢ଼ିଥିବା ସ୍କୁଲରେ ପହଞ୍ଚିଲେ ପୋଲିସ ଅଧିକାରୀ, ଭାଇରଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜିକା ଦିନରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଛି। ସେଥିରୁ କିଛି ମଜାଳିଆ ଭିଡିଓ ଅଛି ଆଉ କିଛି ଦୁଃଖ ଭରା ଭିଡିଓ ମଧ୍ୟ ଅଛି | ଯାହା ୟୁଜର୍ସ ଙ୍କୁ ବହୁତ ପସନ୍ଦ ଆସିଥାଏ | ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି କିଛି ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ପୁଲିସ ଅଧିକାରୀ ଖାକି ପୋଷାକରେ ସ୍କୁଲରେ ପହଞ୍ଚି ଏକ ଶ୍ରେଣୀଗୃହ‌ରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

ସୂଚନା ଅନୁସାରେ ଉକ୍ତ ପୋଲିସ ଅଧିକାରୀ ଜ‌ଣକ ଏହି ଚାକିରି ପାଇଯିବା ପରେ ସେ ଯେଉଁ ସ୍କୁଲରେ ପାଠପଢ଼ିଥିଲେ ସେଇ ସ୍କୁଲରେ ଯାଇ ପହଞ୍ଚିଥିଲେ। ତାଙ୍କୁ ସ୍କୁଲରେ ପହଞ୍ଚିବା ଦେଖି ସେଠାରେ ଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଖୁସି ହୋଇଯାଇଥିଲେ। ଏଥିସହିତ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀଙ୍କୁ ସେହି ପୋଲିସ ଅଧିକାରୀଙ୍କୁ ସମସ୍ତଙ୍କୁ ଚିହ୍ନାଇ ଦେଇଥିଲେ।

ଏଥିସହିତ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଥିବା ଛାତ୍ରଛାତ୍ରୀଙ୍କୁ ଉକ୍ତ ପୁଲିସ ଅଧିକାରୀଙ୍କୁ ଚିହ୍ନାଇ ଦେଇଥିଲେ। ଆଉ କହିଥିଲେ,‘ଏହି ବ୍ୟକ୍ତି ଜଣକ କେବଳ ଯେ ଦେଶର ନାମ ରଖିଛନ୍ତି ତାହ ନୁହେଁ, ସେ ସମାଜ ଓ ନିଜ ବାପା ଓ ମା’ଙ୍କର ବି ନାମ ଉଜ୍ଜ୍ବଳ କରିଛନ୍ତି। ଭବିଷ୍ୟତରେ ତୁମେ ବି ୟାଙ୍କ ଭଳି ହେବାକୁ ଚେଷ୍ଟା କରିବ।’ ଏହାପରେ ଶିକ୍ଷୟିତ୍ରୀ ଜଣକ ୧୧୦୦ଟଙ୍କ‌ା ପୁଲିସ ଅଧିକାରୀଙ୍କୁ ବଢ଼ାଇ ଦେଇଥିଲେ। ସେ କିନ୍ତୁ ଗ୍ରହଣ ନକରିବାରୁ ଶିକ୍ଷୟିତ୍ରୀ ଏହାକୁ ଆର୍ଶୀବାଦ ଭାବେ ଗ୍ରହଣ କର ବୋଲି ପୁଲିସ ଅଧିକାରୀଙ୍କୁ କହିଥିଲେ।

ଏହାପରେ ଉକ୍ତ ପୁଲିସ ଅଧିକାରୀ ଶିକ୍ଷୟିତ୍ରୀଙ୍କ ପାଦସ୍ପର୍ଶ କରି ଆର୍ଶୀବାଦ ନେଇଥିଲେ। ଏହି ହୃଦୟସ୍ପର୍ଶୀ ଭିଡିଓକୁ ଫେସବୁକ‌ରେ ସୁନିଲ ବୋରା ସର ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଘଟଣାକୁ ଲୋକେ ପସନ୍ଦ କରିବା ସହିତ ‌ନିଜନିଜ ଆକାଉଣ୍ଟରେ ସେୟାର ବି କରୁଛନ୍ତି।