କେନ୍ଦୁଝର-(ରିପୋର୍ଟସଟୁଡେ)– ରାତି ପାହିଲେ ନିର୍ବାଚନ । ଏହି ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଦେଖାଉଛି ଗୁଣ୍ଡାଗିରି । କେନ୍ଦୁଝର ଜିଲ୍ଲା ସାହାରପଡାବ୍ଲକ୍ ପଞ୍ଚାୟତ ୨୯ ନମ୍ବର ଜୋନ୍ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ।ଁରେ ଘରେ ଘରେ ପଶି ବିଜେଡି ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ ସାହାସିକତା ଦେଖେଇ ସମସ୍ତ ବିଜେଡି ଗୁଣ୍ଡାକୁ ଅଟକାଇ ପୋଲିସକୁ ଖବର ଦେଇଥିଲେ । ଏହା ମଧ୍ୟରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବାରୁ ନିଜେ ଜିଲ୍ଲା ପରିଷଦ ପ୍ରାର୍ଥୀ ସବୁଜ ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦାରଖ କରିଥିଲେ । ପୋଲିସ ପହଞ୍ଚିବା ଉପସ୍ଥିତିରେ ଗୁଣ୍ଡାମାନେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଏପରି ପରିସ୍ଥିତି ରେ ଗୁଣ୍ଡା ମାନଙ୍କୁ ପୋଲିସ କାବୁ କରିବାରେ ବିଫଳ ହୋଇ ଥିବା ବେଳେ ନିର୍ବାଚନ ଦାୟିତ୍ୱ ରେ ଥିବା ପୋଲିସ ଅଧିକାରୀ ବିଜେଡି ର ଟଙ୍କା ବଣ୍ଟା ଘଟଣା ଉପରେ ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରୟା ରଖି ନ ଥିଲେ ।