କେନ୍ଦୁଝର : ଭିଜିଲାନ୍ସ ଆଜି ଆୟ ଅଭିଯୋଗରେ ନେସ୍କୋର ଏସଡିଓ ମହେଶ୍ୱର ସେଠୀଙ୍କ କେନ୍ଦୁଝର ସ୍ଥିତ ବାସଭବନ ସମେତ ଚାରିଟି ସ୍ଥାନରେ ଚଢାଉ ଚାଲିଥିବାର ଖବର ମିଳିଛି। ଆଜି ସକାଳେ ଭିଜିଲାନ୍ସର ଚାରିଟି ଟିମ୍ ଏକକାଳୀନ ମହେଶ୍ୱରଙ୍କ କେନ୍ଦୁଝର ସ୍ଥିତ ବାସଭବନ, କାର୍ୟ୍ୟାଳୟ, ଘଟଗାଁ ଓ ତାଙ୍କର ପୈତୃକ ଘର ଆଦି ୪ଟି ସ୍ଥାନରେ ଚଢାଉ ଆରମ୍ଭ କରିଛି । ତାଙ୍କ ନାଆଁରେ ପୂର୍ବରୁ ଦୁର୍ନୀତି ଅଭିଯୋଗ ହୋଇଥିଲା ବୋଲି କୁହାଯାଉଛି । ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ବିଶେଷ ସୂଚନା ମିଳିନାହିଁ ।