ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ DSWOଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଭଦ୍ରକର ପୂର୍ବତନ DSWO ଜୟନ୍ତୀ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଆଜି ଜୟନ୍ତୀ ବେହେରାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଗତକାଲି ଜୟନ୍ତୀଙ୍କ ଭଦ୍ରକ ଭଡାଘର ସମେତ ଭୁବନେଶ୍ୱର କାର୍ଯ୍ୟାଳୟ ,ଫ୍ଲାଟ, ବାଲେଶ୍ୱର ସ୍ଥିତ ଘର , ତାଙ୍କ ଝିଅଙ୍କ ଘର ଓ ଚିଡିଆପୋଲ ନିକଟରେ ଥିବା ଛତୁଆ ପ୍ରସ୍ତୁତକାରୀ ଠିକାଦାର ଶଙ୍କର ଚଣ୍ଡଙ୍କ ଘର ସହ ମୋଟ ୧୧ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ । ସେହି ସମୟରେ ମୋଟ ୫କୋଟି ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଚଢାଉ ସମୟରେ ତାଙ୍କ ଘରୁ ୨.୭୯ଲକ୍ଷ ଟଙ୍କା, ୧.୬୧ କୋଟିର ବ୍ୟାଙ୍କ, ପୋଷ୍ଟାଲ ଜମା ଓ ବୀମା ପଲିସି , ଗୋଟିଏ କାର, ସହ ୨ଟି ବାଇକ, ୨କେଜି ରୁ ଅଧିକ ରୂପା ସହ ସାଢେ ୭ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ବହୁ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ଏହା ସହ ବାଲେଶ୍ୱର ପିରିଙ୍ଗିପାଟଣାରେ ୩ମହଲା କୋଠା ,ଗଣେଶ୍ୱରପୁରର ସିଦେ୍ଧଶ୍ୱର କଲୋନି ର ୩ଟି କୋଠା , ଭୁବନେଶ୍ୱର ଗୌତମ ନଗର ଉତ୍କଳ ରୟାଲ ରେସିଡେନ୍ସିରେ ଗୋଟିଏ ଫ୍ଲାଟ ଓ ଭୁବନେଶ୍ୱର ଷ୍ଟଲୱାଏ ପାଲେସରେ ଫ୍ଲାଟ ଓ ବାଲେଶ୍ୱରର ପ୍ରମୁଖ ଅଞ୍ଚଳରେ ୮ଟି ପ୍ଲଟ ମଧ୍ୟ ଜବତ କରଛିି ପୋଲିସ । ଏହା ସହିତ ତାଙ୍କ ସମ୍ପର୍କୀୟଙ୍କ ନା ରେ କୋଟି କୋଟି ଟଙ୍କା ସମ୍ପତ୍ତି ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ତ୍ତ