(ସର୍ବେଶ୍ୱର ପାତ୍ର ) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହେଡକ୍ଲର୍କ ୧ହଜାର ଟଙ୍କା ଲାଞ୍ଚ ନେଲାବେଳକୁ ଭିଜିଲାନ୍ସ ହାତରେ । ଆଜି ବ୍ଲକ କ୍ୟାସିଅର ନିହାର ରଂଜନ ବେହେରାଙ୍କ ଠାରୁ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମୁଖ୍ୟ କିରାଣୀ ଅଭିରାମ ସେଠଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଧରିଥିଲା । ବ୍ଲକ କ୍ୟାସିୟର୍ ନିହାର ରଞ୍ଜନ ବେହେରାଙ୍କ ଏରିୟର୍ ଟଙ୍କା ବିଲ୍ କରିବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି । ଲାଞ୍ଚ ନଦେଲେ ଏରିୟର ଟଙ୍କା ମିଳିବନାହିଁ ବୋଲି କିରାଣୀ ଜଣକ ନିହାରଙ୍କୁ କହିଥିଲେ । ଶେଷରେ ନିହାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ତେବେ ଯୋଜନା ମୁତାବକ ଲୁଚିରହିଥିବା ଭିଜିଲାନ୍ସ କିରାଣୀଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛନ୍ତି ।