ମାଲକାନଗିରି : ଟୀକାକରଣ କେନ୍ଦ୍ରରେ ନାଁ ଅଛି ପାଣି ନା ଅଛି ପଙ୍ଖା । ଡହ ଡହ ଖରାରେ ଛୋଟ ଛୋଟ ଶିଶୁଙ୍କୁ ଧରି ଟୀକା ଦବା ପାଇଁ ଅଶୁଛନ୍ତି ଲୋକେ । ହେଉଛନ୍ତି ନାହିଁ ନଥିବା ହଇରାଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଏମଭି ୭୯ ଟୀକାକରଣ କେନ୍ଦ୍ରରେ । ତାତିରେ ଛଟପଟ ହେଉଛନ୍ତି ଶିଶୁ । ମାଲକାନଗିରି ଜିଲ୍ଲାର ଏମଭି ୭୯ ଅଞ୍ଚଳର ଏକ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ସକାଳ ଠାରୁ ଶିଶୁମାନଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କିନ୍ତୁ ଖରା ଦିନରେ ଏହି କେନ୍ଦ୍ରରେ ପଙ୍ଖା ଓ ପାଣିର ସୁବିଧା ନଥିବା କାରଣରୁ କୁନି କୁନି ଶିଶୁମାନେ ଗରମରେ ଛଟପଟ ହେଉଥିବା ଦେଖାଯାଇଛି। ଅଭିଭାବକମାନେ ହାତପଙ୍ଖା ଓ ପୋଲିଓ କାର୍ଡ ଯୋଗେ ଶିଶୁମାନଙ୍କୁ ପବନ ଦେବାକୁ ବାଧ୍ୟ ହୋଇଥିଲେ, ଯାହା ସ୍ଥାନୀୟ ସ୍ତରରେ ବିଡ଼ମ୍ବନାର କାରଣ ପାଲଟିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଅଙ୍ଗନୱାଡ଼ି କେନ୍ଦ୍ରରେ ମୌଳିକ ସୁବିଧା ଯଥା ପଙ୍ଖା ଓ ପିଇବା ପାଣିର ଅଭାବ ରହିଛି। ଏପରି ପରିସ୍ଥିତିରେ ଶିଶୁମାନଙ୍କୁ ଟୀକାକରଣ ପାଇଁ ଅପେକ୍ଷା କରିବା ଏକ କଷ୍ଟକର ଅନୁଭବ ହେଉଛି। ଏହି ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଉନ୍ନତ ସୁବିଧା ଯୋ