ଉତ୍ତରକାଶୀରେ ପ୍ରଳୟଙ୍କରୀ ବର୍ଷା , ୩ ମୃତ ୪ ନିଖୋଜ

ତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ମାଣ୍ଡୋ ଗ୍ରାମରେ ପ୍ରଳନକାରୀ ବର୍ଷା । ଫଳରେ ଘର ଭୁଷୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି।

(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ମାଣ୍ଡୋ ଗ୍ରାମରେ ପ୍ରଳନକାରୀ ବର୍ଷା । ଫଳରେ ଘର ଭୁଷୁଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଜଣେ ଶିଶୁ ସାମିଲ ରହିଛି। ଗ୍ରାମବାସୀଙ୍କ ସହାୟତାରେ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏନେଇ ଏସଡିଆରଏଫ୍ ଟିମ୍ ଇନଚାର୍ଜ ଜଗଦଙ୍ଗା ପ୍ରସାଦ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ପାହାଡ଼ିଆ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇଥାଏ। ଉତ୍ତରାଖଣ୍ଡର କିଛି ଜିଲ୍ଲାରେ ଗତକାଲି ବାଦଲ ଫଟା ବର୍ଷା ଯୋଗୁଁ ବହୁ ଦୁର୍ଘଟଣା ଘଟିଛି। ଫଳରେ ଉତ୍ତରାଖଣ୍ଡକୁ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ନଦୀ ନିକଟକୁ ନଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।

ସୂଚନା ଥାଉକି, ରାଜ୍ୟରେ ପ୍ରବଳ ବର୍ଷା ହେତୁ ଅଧିକାଂଶ ନଦୀ ଜଳସ୍ତର ବଢିଛି । ଗଙ୍ଗା, ଯମୁନା, ଭାଗୀରଥୀ, ଆଲାକାନନ୍ଦ, ମାଣ୍ଡାକିନି, ପିନ୍ଦର, ନନ୍ଦକିନି, ଟନ୍, ସାରୁ, ଗୋରି, କାଳୀ, ରାମଗଙ୍ଗା ଇତ୍ୟାଦି ନଦୀଗୁଡ଼ିକ ବିପଦ ସଂକେତରୁ ଅଧିକ ସ୍ତରରେ ପ୍ରବାହିତ ହେଉଛି ।