ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କୌଣସି ପରିସ୍ଥିତିରେ କେନ୍ଦ୍ର ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ଏନେଇ ସୂଚନା ଦେବାପରେ ଭାରତୀୟ କୃଷକ ସଂଘର ନେତା ରାକେଶ ଟିକାୟତଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯଦି ସରକାର କୃଷକ ସଂଗଠନ ସହିତ କୌଣସି ଆଲୋଚନା କରିବା ପାଇଁ ଚାହାନ୍ତି ତେବେ ବିନା କୌଣସି ସର୍ତ୍ତରେ ଆଲୋଚନା କରି ପାରନ୍ତି । କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି ଟିକାୟତ କହିଛନ୍ତି କି ଏହି ସରକାର ଯଦି କୌଣସି ରାଜନୈତିକ ଦଳର ହୋଇଥାନ୍ତା ତେବେ ନିଶ୍ଚିତ ୮ ମାସ ଧରି ଆନ୍ଦୋଳନରେ ବସିଥିବା କୃଷକମାନଙ୍କ ସହ ଆଲୋଚନା କରିଥାନ୍ତା । କିନ୍ତୁ ବିଡମ୍ବନାର ବିଷୟ ଏହି ସରକାର କୌଣସି ରାଜନୈତିକ ଦଳର ନୁହେଁ ବରଂ କମ୍ପାନିମାନଙ୍କ ଇଙ୍ଗିତରେ ଚାଲୁଛି । ତେଣୁ କମ୍ପାନି ପ୍ରାୟୋଜିତ ସରକାର ବିରୋଧରେ ଲୋକମାନଙ୍କୁ ରାଜରାସ୍ତାକୁ ଉହ୍ଲାଇବାକୁ ପଡିବ ।
ଉତ୍ତରପ୍ରଦେଶର କୃଷକ ଆନ୍ଦୋଳନରେ ସାମିଲ ହେବା ପାଇଁ ୟୁପି ପୋଲିସ ଅଟକାଇଥିବା ନେଇ ମଧ୍ୟ ରାକେଶ ଟିକାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।