ଝିଅ ଦେଖି ଯିବାକୁ ଉପରସ୍ଥ ଅଧିକାରୀଙ୍କୁ କନେଷ୍ଟବଳଙ୍କ ଛୁଟି ଦରଖାସ୍ତ

ଝିଅ ଦେଖି ଯିବାକୁ ଉପରସ୍ଥ ଅଧିକାରୀଙ୍କୁ କନେଷ୍ଟବଳଙ୍କ ଛୁଟି ଦରଖାସ୍ତ । ଯାହାକୁ ପଢିଲେ ହସି ହସି ବେଦମ ହେବେ । ଏହି ଚିଠିରେ ଲେଖିଛନ୍ତି ‘ମହୋଦୟ ପୁଲିସ ଚାକିରୀ କରିଥିବା ପୁଅଙ୍କୁ ଝିଅ ମିଳିବା ମୁସ୍କିଲ ହେଲାଣି । ହେଲେ ଭାରି କଷ୍ଟରେ ଏହି ପ୍ରସ୍ତାବ ମିଳିଛି । ମୋର ବିବାହ ବୟସ ବି ଶେଷ ପର୍ଯ୍ୟାୟରେ । କହିବାର ଅର୍ଥ, ଶ୍ରୀମାନଙ୍କୁ ଅନୁରୋଧ, ପ୍ରର୍ଥୀକୁ ୫ ଦିନର ଆକସ୍ମିତ ଅବକାଶ ପ୍ରଦାନ କରିବାର କୃପା କରନ୍ତୁ । ମହୋଦୟଙ୍କର ଅଶେଷ କୃପା ହେବ’ ।

ଏପରି କିଛି ଚିଠିି ଲେଖିଛନ୍ତି ଉତ୍ତରପ୍ରଦେଶର ଜଣେ କନେଷ୍ଟବଳ । ସେ ତାଙ୍କ ଉପରସ୍ଥ ଅଧିକାରୀଙ୍କୁ ଲେଖିଛନ୍ତି । ଏହି ଛୁଟି ଆବେଦନ ସେସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ୟୁପି ଫରୁଖାବାଦର ସିପାହୀଙ୍କ ଛୁଟି ଦରଖାସ୍ତ ଏବେ ସେଓିଆଲ ମିଡିଆରେ ଭାଇରାଲ । ସିପାହୀ ରାଘବ ଚତୁର୍ବେଦୀ ପୁଲିସ ବିଭାଗରେ ଗତ ୩ ବର୍ଷ ହେଲାଣି କାର୍ୟ୍ୟରତ । ତାଙ୍କୁ ଏତେ ଛୁଟି ମିଳେ ନାହିଁ । କିନ୍ତୁ ବାହାଘର ପାଇଁ ଝିଅ ଦେଖିବାକୁ ଯିବାକୁ ନିଜ ଉପରିସ୍ଥ ଅଧିକାରୀ ସିଟିସିଓଙ୍କୁ ସବୁ ସତକଥା ଜଣେ ଛୁଟି ଆବେଦନ କରିଛନ୍ତି । ଏହି ଦରଖାସ୍ତ ପଢିବା ପରେ ସିଟିସିଓ ତାଙ୍କ ଛୁଟି ମଞ୍ଜୁର କରିଛନ୍ତି ।