ଟଙ୍କପାଣି ବ୍ରିଜ ନିକଟସ୍ଥ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି ବ୍ରିଜ ନିକଟସ୍ଥ ନଦୀରୁ ଅଜଣା ମୃତଦେହ ଉଦ୍ଧାର । ସକାଳୁ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲିଅନ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିଛନ୍ତି । ମୃତକଙ୍କ ବୟସ ୪୫ ବର୍ଷ ରୁ ଉର୍ଦ୍ଧ ହେବ ବୋଲି ଅନୁମାନ କରାଯାଉଛି । ମୃତ ଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି ବାଲିଅନ୍ତା ପୋଲିସ । ତେବେ ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।