ଗଞ୍ଜାମ : ପୁଣି ଅଶାନ୍ତ ଗଞ୍ଜାମ l ଜିଲ୍ଲା ଗୋଟିଏ ଦିନକରେ ଦୁଇ ଦୁଇଟା ସଂଘ ବଦ୍ଧ ଆକ୍ରମଣରେ ଦୁଇ ଯୁବକଙ୍କ ମୃତ୍ୟୁ l ଆସ୍କା କୋଟିନାଡା ପରେ ଶେରଗଡ ବ୍ଲକର ବାର୍ଷିଙ୍ଗି ନିକଟସ୍ଥ ନନ୍ଦିନୀ ସେତୁଠାରେ ସଂଘବଦ୍ଧ ଆକ୍ରମଣରେ 40 ବର୍ଷିୟ ଯୁବକ ମଧୂସୁଦନ ବିଷୋୟୀଙ୍କ ମୃତ୍ୟୁ ଘଟିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି l ସେହିପରି ଆସ୍କା କୋଟିନଡା ଗ୍ରାମରେ ଯୁବକ ସଞ୍ଜୟ ନାୟକଙ୍କୁ ଗୋଡେଇ ଗୋଡେଇ ଗାଁ ଦାଣ୍ଡରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ l