ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା କୋକସରା ଥାନା ଲଡୁଗାଁ ପଞ୍ଚାୟତ ଭାଲୁପଡା ନିକଟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ବାଇକରୁ ପଡି ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ୨ ଯୁବକ ହେଲେ କେନ୍ଦୁଡୋଙ୍ଗରି ଗ୍ରାମର ବବଲୁ ନାଏକ ଓ ଅମରେନ୍ଦ୍ର ମାଝୀ ।
/sambad/media/media_files/2026/01/24/untitled-2026-01-24-08-41-03.png)
ବବଲୁ ଓ ଅମରେନ୍ଦ୍ର ଭଇରୀପାଲି ଗ୍ରାମରୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବାଟରେ ସୁନାମାଲ ଭାଲୁପଡା ରାସ୍ତାର ଏକ ବୁଲାଣି ନିକଟରେ ଅଘଟଣ ଘଟିଥିଲା । ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ରାତି ତମାମ ଏହି ଘଟଣା ସମ୍ପର୍କରେ କେହି ଜାଣି ନପାରି ଥିବା ବେଳେ ଶନିବାର ସକାଳେ ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ କୋକସରା ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।