ଦଶ କର୍ମ ଟୁଠରେ ଅଘଟଣ

ଦଶ କର୍ମ କରିବାକୁ ମହାନଦୀ ପଠାକୁ ଯାଇଥିଲେ । ହଲେ ଟୁଠ କାମ ସମୟରେ ବୁଡିଗଲେ ଦାଦା ପୁତୁରା । ପୁତୁରାର ମୃତ ଦେହ ଜବତ ହୋଇଥିବା ବେଳେ, ନିଖୋଜ ଅଛନ୍ତି ସମ୍ପର୍କୀୟ ଦାଦା ଜଣକ । ସୂଚନା ଅନୁଶାରେ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଲର ପଞ୍ଚାୟତର ନାଗପୁରା ଅଞ୍ଚଳର ଦୁଇ ଯୁବକ ତିର୍ତ୍ତୋଲ ମହାନଦୀ ପଠାରେ ଦଶ କର୍ମ କରିବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ବୁଡି ଯାଇଥିଲେ ପୁତୁରା । ଏହାପରେ ପୁତୁରାକୁ ଉଦ୍ଧାର କରିବାକୁ ଯାଇ, ପାଣିକୁ ଡେଇଁଥିଲେ ସମ୍ପର୍କୀୟ ଦାଦା ଜଣକ  । ହେଲେ ଉଭୟ ପାଣିର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି । କିନ୍ତୁ ପୁତୁରାରା ମୃତ ଦେହ ଉଦ୍ଧାର ହୋଇଥିବା ବେଳେ, ଦାଦା ଅଛନ୍ତି ନିଖୋଜ । ମୃତକ ହେଉଛନ୍ତି ଅକ୍ଷୟ କୁମାର ଜେନାଙ୍କ ପୁଅ କାହ୍ନା ଜେନା । ଏବଂ ତାଙ୍କର ବୟସ ୨୫ ବର୍ଷ ବୋଲି ଜଣା ପଡିଛି। ଏପଟେ ନିଖୋଜ ଦାଦା ଜଣକ ହେଉଛନ୍ତି ୫୫ ବର୍ଷୀୟ, ସମ୍ପଦ କୁମାର ଜେନା ।