ଉଦଳା/ଦୀପକ ମିଶ୍ର: ଗୋରୁ ବେପାରୀ ଙ୍କ ମରଣାତ୍ମକ ଆକ୍ରମଣ ରେ ଦୁଇ ଯୁବକ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବିଶିପୁର ଛକ ଠାରେ ଗୋରୁ ନେଇ ଯାଉଥିବା ସମୟ ରେ ଗୋରୁ ବେପାରୀ ଓ ଯୁବକ ଙ୍କ ମଧ୍ୟ ରେ ବଚସା ହୋଇଥିଲା । ପରେ ଏକ ବୋଲେରୋ ଓ ଦୁଇଟି ବାଇକ ରେ ୧୨ ରୁ ଉର୍ଦ୍ଧ୍ବ ଗୋରୁ ବେପାରୀ ଆସି ସଙ୍ଗବଧ ଭାବେ ଯୁବକଙ୍କୁ ଆକ୍ରମଣ କରିଥିଲେ ।ପୂର୍ବ ଶତ୍ରୁତା କୁ ନେଇ ଆକ୍ରମଣ କରିଥିବା କୁହାଯାଉଛି । ଗୁରୁତର ଦୁଇ ଯୁବକ ଚୁଳିଆପୋଷି ଗ୍ରାମ ର ଦିଲ୍ଲୀପ ବାରିକ ଓ ସୁରେଶ ସାମଲ ବୋଲି ଜଣାପଡିଛି । ଏନେଇ ଗୋରୁ ନେଇ ଯାଉଥିବା କିଛି ଲୋକ ଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଥିବା ବେଳେ ଗୋରୁ ଗୁଡ଼ିକ ଜବତ କରିଛି। ତେବେ ତଦନ୍ତ ପରେ ଘଟଣା ର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ କହିଛନ୍ତି।