ପ୍ରାତଃ ଭ୍ରମଣ ବେଳେ ଟ୍ରକ ଧକ୍କାରେ ଦୁଇ ମୃତ

ପାଳଲହଡା : ପ୍ରାତଃ ଭ୍ରମଣ ବେଳେ ଟ୍ରକ ଧକ୍କାରେ ଦୁଇ ମୃତ । ମୃତକ ଜଣକ ହେଲେ ଅନୁଗୋଳ ଜିଲ୍ଲା  ପାଲଲହଡା ଥାନା ମୁକ୍ତାପୁର ଗ୍ରାମର ମାଧବ ସମାଡ଼ (୨୬)ଓ ଅନ୍ୟଜଣେ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଗୋଳାବନ୍ଧ ଗ୍ରାମର ରାଜେଶ ଶୁଣ୍ଢି (୧୭) । ଦୁର୍ଘଟଣା ସ୍ଥାନରୁ  ଟ୍ରକ  ସହ ଡ୍ରାଇଭର ଫେରାର ।

ଘଟଣାରୁ ଜଣାପଡିଛିକି ଆଜି ଭୋର 5ଟା ସମୟରେ ପ୍ରତ୍ୟେକ ଦିନ ଭଳି ମର୍ନିଂ ୱଆକରେ ଘରଠାରୁ ଦୁଇ କିଲୋମିଟର ପାଲଲହଡା କଲେଜ ଆଡକୁ ଚାଲି ଚାଲି ଆସନ୍ତି ।କିନ୍ତୁ ଭାଗ୍ୟର ବିଡମ୍ବନା, ଉଭୟେ ଆଜି ମୁମ୍ବାଇରୁ କଲିକତା ଯାଇଥିବା  49 ନଂ ଜାତୀୟରାଜପଥ କଡରେ ଚାଲି ଚାଲି ଯିବା ସମୟରେ ହଠାତ ଏକ ଟ୍ରକ ସେମାନଙ୍କ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟେ ମୃତ୍ୟୁ ବରଣ କରିଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଯାଥିବା ପାଲଲହଡା ପୋଲିସ କହିଛି ।ଘଟଣା ସ୍ଥଳରେ ପାଲଲହାଡ଼ ପୋଲିସ ପହଂଚି ଶବ ଜବତ କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଥିବା ପୋଲିସ ସୂତ୍ରରୁ ପ୍ରକାଶ ।