ଆପଣଙ୍କ ର ପାଠ ପଢା ସରି ଯାଇଛି । ଆଉ ଆପଣ ଚାକିରୀ ଖୋଜୁଛନ୍ତି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ମିଳିଯିବ ଚାକିରୀ । ହଁ ଆଜ୍ଞା ତାହା ପୁଣି ସରକାରୀ ଚାକିରୀ । ପୁଣି ରାଜ୍ୟ ନୁହେଁ କେନ୍ଦ୍ର ସରକାରଙ୍କ ଅଧୀନରେ ମିଳିଯିବ ଚାକିରୀ । ସେଥିପାଇଁ ଆପଣ ବ୍ୟସ୍ତ ହେବାର ନାହିଁ. କି ଆପଣଙ୍କୁ ଇଣ୍ଟରଭ୍ୟୁ ଦେବାକୁ ପଡିବ ନାହିଁ । ଅପଣଙ୍କର ଦକ୍ଷତା ଥିବା ଵୀ ଆବଶ୍ୟକ ନାହିଁ । କେବଳ ଟଙ୍କା ଦେଲେ ମିଳିଯିବ ଚାକିରୀ । ତାହା ପୁଣି କେନ୍ଦ୍ର ସରକାରଙ୍କର ଅଧୀନ ଏମ୍ସ ମେଡିକାଲ ରେ । ସେଥିପାଇଁ ଦୁଇ ଜଣ ଦଲାଲ ଜିଲ୍ଲା ବାହାରୁ ଆସି ଟାଙ୍ଗୀ ରେ ଡେରା ପକାଇଛନ୍ତି । ୧୦ ଲକ୍ଷ ରୁ ଅଧିକ ଟଙ୍କା କଲେକ୍ସନ କରି ସାରିଲେଣି । ଚାକିରୀ ମିଳିବ କହି ଭୁତାଇବାରେ ଲାଗିଛନ୍ତି ଦଲାଲ । ଦଲାଲ ଦୁଇ ଜଣ ଏମ୍ସ ଅଧୀନ ରେ ଠିକାଦାରଙ୍କ ଅଧୀନରେ କାର୍ୟ୍ୟ କରୁଥିବା ସୂଚନା ମିକିଛି । ପଇସା ଦେଇଥିବା ଯୁବକ ଯୁବତୀ ମାନେ ଚାକିରୀ ନ ମିଳିବା ଭୟରେ କୋଉ କୂଳକୁ ହେଉନାହାନ୍ତି । ଏନେଇ ଦୃଢ଼ ତଦନ୍ତ ସହ ଠକ ଦ୍ୱୟଙ୍କୁ ଗିରଫ କରିବା ଆବଶ୍ୟକ ହୋଇ ପଡୁଛି । ନଚେତ ଟାଙ୍ଗୀ ଅଂଚଳ ର ଯୁବକ ଯୁବତୀ ମାନେ ମୁଣ୍ଡରେ ହାତ ଦେଇ କାନ୍ଦିବା ସାର ହେଵ ।