ବିବାହ ବନ୍ଧନରେ ବାନ୍ଧି ହେବେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟିନା ଷ୍ଟିୱାର୍ଟ

ବିବାହ ବନ୍ଧନରେ ବାନ୍ଧି ହେବେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟିନା ଷ୍ଟିୱାର୍ଟ।

(ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେବେ ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ କ୍ରିଷ୍ଟିନା ଷ୍ଟିୱାର୍ଟ। ନିକଟରେ କ୍ରିଷ୍ଟିନା ଏଭଳି କିଛି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଦୁଇ ବର୍ଷ ଧରି କ୍ରିଷ୍ଟିନା ଏବଂ ଡାୟଲନ୍‌ ପରସ୍ପରକୁ ଡେଟ୍‌ କରୁଥିଲେ। ଏବେ ଦୁହିଁଙ୍କ ନିର୍ବନ୍ଧ ସରିଛି। ହାୱର୍ଡ ଷ୍ଟର୍ଣ୍ଣ ଶୋ’ ସମୟରେ ଏନେଇ କ୍ରିଷ୍ଟିନା ଖୁଲସା କରିଛନ୍ତି।

ସୂଚନାନୁଯାୟୀ କ୍ରିଷ୍ଟ୍ରିନା କହିଛନ୍ତି, ‘ଆମେ ବିବାହ କରିବାକୁ ଯାଉଛୁ। ଆମେ ନିଶ୍ଚିତ ଭାବରେ ଏହା କରିବୁ। ମୁଁ କେବଳ ପ୍ରପୋଜାଲକୁ ଅପେକ୍ଷା କରିଥିଲି। ମୁଁ ଭାବୁଛି ମୁଁ ଯାହାସବୁ ଚାହିଁଥିଲି, ସବୁ କିଛି ବହୁତ ସ୍ପଷ୍ଟ ଭାବରେ ସେ ପ୍ରସ୍ତୁତ କରିଛି। ଆମେ ବିବାହ କରିବୁ, ଏହା ନିଶ୍ଚିତ ଭାବେ ଘଟିବ।’