ଚାରି ବର୍ଷର ନାବାଳକ ଉପରେ ମାଡିଗଲା ଟ୍ରକ୍: ଘଟଣା ସ୍ଥଳରେ ହିଁ ମୃତ୍ୟୁ , କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

0

ନବରଙ୍ଗପୁର : ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା  । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଦେବଭରଣ୍ଡି  ଦେଇ ଯାଇଥିବା ଚାରି ନମ୍ବର ରାଜରାସ୍ତା ଠାରେ ଆଜି ସଖାଳେ ପ୍ରାୟ 7ଟାରେ ଏକ ଟ୍ରକ୍ ମାଡ଼ି ଯିବାରୁ ଚାରି ବର୍ଷର ନାବାଳକ ମୃତ୍ୟ ହୋଇଛି । ଛତିଶଗଡ଼ରୁ ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକ ଚାରି ବର୍ଷର ନାବାଳକ ଉପରେ ଛାଡ଼ିଯିବାରୁ ଘଟଣସ୍ଥଳରେ ହିଁ ମୃତ୍ୟୁ ହୋଇଛି । ମୃତ୍ୟୁକ ହେଲେ ଛତିଶଗଡ଼ ଉଡ଼ିଦ ଗାଁର ରାମକୁମର କରାମଙ୍କ ଚାରି ବର୍ଷର ପୁଅ ଗୌରବ କରାମ । ରାମକୁମାର୍ ସ୍ତ୍ରୀ ଓ ପୁଅ କୁ ନେଇ ଗତ କାଲି ନିଜ ଶାଶୁ ଶଶୁର ଘରକୁ ଆସିଥିଲେ ।କିନ୍ତୁ କିଏ ଜାଣିଥିଲା ଅଜା ଆଇ ଘରେ ଯାଇ ଆଉ ଫେରିବନି ବୋଲି । ଏଥି ପାଇଁ ଉତ୍ୟକ୍ତ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ଟ୍ରକ୍ ଡ଼୍ରାଇଭରକୁ ଅଟକ । ଘଟଣା ସ୍ଥଳରେ ରାଇଘର ଆଇଆଇସି ଓ ତହସିଲଦାର ପହଞ୍ଚି ପଚରାଉଚରା କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମୁତ୍ୟୁ ଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ  ସୂଚନା ଦେଇଛନ୍ତି ।