ମୁମ୍ବାଇ: ବମ୍ବେ ହାଇକୋର୍ଟ ଟିଆରପି ଦୁର୍ନୀତିରେ ଯଦି ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକ ଅର୍ନବ ଗୋସ୍ୱାମୀଙ୍କୁ ଅଭିଯୁକ୍ତ ଭାବେ ଯୋଡିବାର ଅଛି ତେବେ ସମନ କରିବାକୁ ମୁମ୍ବାଇ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସଏସ ସିନ୍ଦେ ଓ ଜଷ୍ଟିସ ଏମଏସ କାର୍ନିକଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ନିକଟରେ ଅର୍ନବଙ୍କ ଓକିଲ ଜଣାଇଛନ୍ତି, ଯଦି ସମନ ଜାରି କରାଯାଏ ତେବେ ଅର୍ଣ୍ଣବ ତଦନ୍ତରେ ସହଯୋଗ କରିବେ । ତେବେ କୋର୍ଟ ଅର୍ଣ୍ଣବଙ୍କ ଆଗୁଆ ଜାମିନକୁ ମନାକରି ଦେଇଛନ୍ତି । ସାଲଭେ ଖଣ୍ଡପୀଠଙ୍କୁ ଜଣାଇଛନ୍ତି, ଏହି ମାମଲାରେ ଅର୍ଣ୍ଣବଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରାଯାଉ ।
ଏହି ମାମଲାରେ ଏପର୍ଯ୍ୟନ୍ତ ଅର୍ଣ୍ଣବଙ୍କୁ ଅଭିଯୁକ୍ତଭାବେ ନାମିତ କରାଯାଇ ନ ଥିବାରୁ ବର୍ତ୍ତମାନ ପରିସ୍ଥିତିରେ ଏପରି ନିର୍ଦ୍ଦେଶ ଦେବା କଷ୍ଟକର ବୋଲି ଖଣ୍ଡପୀଠ ଅନୁଭବ କରିଛନ୍ତି । ପୂର୍ବରୁ ଜଣେ ଅଧିକାରୀ କହିଥିଲେ, ରିପବ୍ଲିକ ଟିଭି ମୁଖ୍ୟ ସମ୍ପାଦକଙ୍କୁ ମୁମ୍ବାଇ ପୁଲିସ ଶୁକ୍ରବାର ପୁଲିସ ସମ୍ମୁଖରେ ଉପସ୍ଥିତ ହେବାରୁ ମୁକ୍ତ କରିଥିଲେ । ସେ ଆହୁରି କହିଛନ୍ତି, ଅକ୍ଟୋବର ୨୪ରେ ଅର୍ଣ୍ଣବଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଓ ଆସିଷ୍ଟାଣ୍ଟ କମିଶନର ପୁଲିସଙ୍କ ୱାର୍ଲି କ୍ଷେତ୍ରରେ ଉପସ୍ଥିତ ହେବାକୁ କୁହାଯାଇଛି ।