ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ

ଭୁବନେଶ୍ୱର:- ରାଜ୍ୟରେ ଆକ୍ସନ ମୋଡରେ ପରିବହନ ବିଭାଗ । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଜାରି କରାଯାଇଛି। ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ନେତୃତ୍ୱରେ ତିନି ଦିନ ଧରି ରାଜ୍ୟବ୍ୟାପୀ ଆରଟିଓ ଟିମ୍ ଦ୍ଵାରା ଓଭରଲୋଡିଂ ଏବଂ ଫିଟନେସ୍ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଥିଲା। ତିନି ଦିନରେ ରାଜ୍ୟରେ ଓଭରଲୋଡିଂ ପାଇଁ ୨୭୫ଟି ଗାଡ଼ି ବିରୋଧରେ ଚାଲାଣ କଟିଥିବା ବେଳେ ଗାଡ଼ିର ଫିଟନେସ୍ ଠିକ ନଥିବା ଯୋଗୁ ୫୩୬ ଗାଡ଼ି ବିରୋଧରେ ଚାଲାଣ କଟିଛି। ଏବଂ ୪୦୧ଟି ଗାଡ଼ିର ଫିଟନେସ ପ୍ରମାଣ ପତ୍ର ରଦ୍ଦ କରାଯାଇଛି। ୫୬ ଲକ୍ଷ ୩୭ ହଜାର ୬୩୨ ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଛି।