ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଆଇପିଏସ ଅଫିସରଙ୍କୁ ବଦଳି କରାଯାଇଛି । ଏନେଇ ଏକ ବିଜ୍ଞପ୍ତି ରାଜ୍ୟ ଅତିରିକ୍ତ ସଚିବଙ୍କ ପକ୍ଷରୁ ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ୧୯୯୭ ବ୍ୟାଚର ଦିପ୍ତେସ କୁମାର ପଟ୍ଟନାୟକଙ୍କୁ ଜେଲ ଆଇଜି ଭାବେ ବଦଳି କରାଯାଇଛି । ବର୍ତ୍ତମାନ ସେ ବାଲେଶ୍ୱର ଜିଲ୍ଲାରେ ପୂର୍ବାଞ୍ଚଳ ଆଇଜିପି ଭାବେ କାର୍ଯ୍ୟକରୁଛନ୍ତି । ସେହିପରି ସମ୍ବଲପୁର ଉତ୍ତରାଞ୍ଚଳ ଆଇଜିପି ଭାବେ କାର୍ଯ୍ୟରତ ନରସିଂହ ଭୋଳଙ୍କୁ(୨୦୦୨ ବ୍ୟାଚ) କଟକ କେନ୍ଦ୍ରାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଏଚ କେ ଲାଲ ବର୍ତ୍ତମାନ ଜେଲ ଆଇଜି ଭାବେ କାମ କରୁଥିବା ବେଳେ ତାଙ୍କୁ ବାଲେଶ୍ୱର ପୂର୍ବାଞ୍ଚଳ ଆଇଜିପି ଭାବେ ବଦଳି କରାଯାଇଛି । ୨୦୦୪ ବ୍ୟାଚର ଡ ଦୀପକ କୁମାର, ଯିଏ କେନ୍ଦ୍ରୀୟ ଡେପୁଟେସନରୁ ଫେରିଛନ୍ତି ତାଙ୍କୁ ସମ୍ବଲପୁର ପୂର୍ବାଞ୍ଚଳ ଡିଆଇଜିପି ଭାବେ ବଦଳି କରାଯାଇଛି । ଦେଓଗଡ ଏସପି ଭାବେ ବଦଳି ହୋଇଛନ୍ତି ଓପିଏସର ଡିସିପି ଆରକେ ପାକରାୟ । ସେହିପରି ଭୁବନେଶ୍ୱର ଓପିଏସର ଏଡିସିପି ଡି ପି ତ୍ରିପାଠୀଙ୍କୁ କଟକ ରେଲ୍ୱେ ଏସ୍ପି ଭାବେ ବଦଳି କରାଯାଇଛି ।