ଟ୍ରାକ୍ଟର ପାଲଟିଲା ଜିପ୍ !

ନୂଆଦିଲ୍ଲୀ: କିଛିଲୋକ ତାଙ୍କ ବୁଦ୍ଧିମତ୍ତା ହେତୁ କିଛି ପୁରୁଣା ବସ୍ତୁକୁ ନୂତନ ରୁପଦେଇ ଥାନ୍ତି । ବିଶେଷ କରି ଭାରତୀୟ ମାନେ ସୋସିଅଲ ମିଡିଆରେ କିଛି ଏପରି କରି ପୋଷ୍ଟ କରିଥାନ୍ତି ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କଲା ପରି ହୋଇ ଥାଏ । ବେଳେ ବେଳେ ଏପରି କିଛି କରି ଦେଖାଇଥାନ୍ତି ଯାହା ଭାବି ହୋଇ ନଥାଏ । ବହୁତ ଲୋକଙ୍କର ଜିପ୍ ବା କାର ରେ ଛଢିବାକୁ ଇଛା ଥାଏ କିନ୍ତୁ ଅର୍ଥ ଅଭାବରୁ ତାହା ସମ୍ଭବ ହୋଇ ନଥାଏ । ଏଠି ଜିପ୍ କଥା ଅମେ ଏଥି ପାଇଁ କହିଲୁ ଯେ ମେଘାଳୟର ମାଇୟା ରିମ୍ବାଇ ନାମକ ଜଣେ ବ୍ୟକ୍ତି ଗୋଟିଏ ପୂରୁଣା ମହିନ୍ଦ୍ରା ଟ୍ରାକ୍ଟରକୁ ଜିପ୍‌ରେ ରୂପାନ୍ତରିତ କରିଦେଇଛନ୍ତି । ତାଙ୍କର ଜିପ୍ ଚଢିବାର ଇଚ୍ଛାଶକ୍ତି ତାଙ୍କୁ ଏପରି କରିବାକୁ ଉତ୍ସାହିତ କରିଛି । ଏବଂ ସେହି ଜିପ୍‌ର ଏକ ଫୋଟୋ କୁ ନିଜେ ଆନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସେୟାର କରିଛନ୍ତି । ମହିନ୍ଦ୍ରା ଟ୍ରାକ୍ଟର ମଧ୍ୟ ଏହି ଫଟୋକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି। ଆଉ ଏହାର କ୍ୟାପ୍‌ସନରେ ଲେଖିଛନ୍ତି, ମେଘାଳୟର ଜୋୱାଇରେ ରହୁଥିବା ମାଇୟା ରିମ୍ବାଇ ଏହି ଅନନ୍ୟ ଜିପ୍ ଡିଜାଇନ୍ କରିଛନ୍ତି। ମେଘାଳୟର ମାଇଆ ରିମ୍ବାଇ ୨୭୫ ଏନବିପିକୁ ଯେଉଁ ନୂଆ ରୂପ ଦେଇଛନ୍ତି, ତାହା ଆମକୁ ପସନ୍ଦ ଆସିଛି। ଏହାପରେ ଆନ୍ଦ ମହିନ୍ଦ୍ରାଙ୍କ ସହ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଏହାକୁ ବେସ ପସନ୍ଦ କରିଛନ୍ତି ।