କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ, ଟଳିଲା ଟପ୍ ମାଓ ନେତା

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ବଡ଼ ମାଓ ବିରୋଧୀ ଅପରେସନ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୪ କୁଖ୍ୟାତ ମାଓବାଦୀ। ଏନ୍‌କାଉଣ୍ଟରରେ ଟପ୍ ମାଓନେତା ଗଣେଶ ସମେତ ୪ ଜଣ ନିହତ ହୋଇଛନ୍ତି। ସେଣ୍ଟ୍ରାଲ କମିଟି ମେମ୍ବର ୬୯ ବର୍ଷୀୟ ଗଣେଶ ଉଇକେ ନିହତ ହୋଇଥିବା ସୂଚନା ମଳିଛି। ଗଣେଶ ନାଁରେ ଥିଲା ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି। ତେଲେଙ୍ଗାନା ନାଲଗୋଣ୍ଡାର ଗଣେଶ ଓଡ଼ିଶାରେ ମାଓ କାର୍ଯ୍ୟକଳାପର ନେତୃତ୍ବ ନେଉଥିଲା। SOG, CRPF, BSF ଯବାନଙ୍କ ୨୩ଟି ଟିମ୍ ପକ୍ଷରୁ ଏହି ମିଳିତ ଏନ୍‌କାଉଣ୍ଟର କରାଯାଇଛି। ନିହତ ୪ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଓ ୨ ଜଣ ପୁରୁଷ ଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ୨ଟି ଇନସାସ୍‌ ରାଇଫଲ୍ ସହ ଗୋଟିଏ ୩୦୩ ରାଇଫଲ୍ ଜବତ କରାଯାଇଛି। ଟପ୍ ମାଓନେତା ଗଣେଶଙ୍କ ନିହତକୁ ବଡ ସଫଳତା ବୋଲି କହିଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ସେ କହିଛନ୍ତି ଯେ ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ତେବେ ନିହତ ଟପ୍ ମାଓ ନେତା ଗଣେଶ ନାଁରେ ବିଭିନ୍ନ ରାଜ୍ୟରେ ଥିଲା ପୁରସ୍କାର ରାଶି । ଗଣେଶ ମୁଣ୍ଡ ଉପରେ ଓଡ଼ିଶା ସମେତ ୪ ରାଜ୍ୟରେ ଥିଲା ପୁରସ୍କାର ରାଶି । ଓଡ଼ିଶାରେ ଥିଲା ସର୍ବାଧିକ ୧ କୋଟି ୧୦ ଲକ୍ଷର ପୁରସ୍କାର ରାଶି । ଛତିଶଗଡ଼ରେ ଗଣେଶ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କା । ତେଲେଙ୍ଗାନା ଓ ଆନ୍ଧ୍ରରେ ଥିଲା ୨୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ।