ଭୁବନେଶ୍ୱର : କେବେ ବଢୁଛି ତ ପୁଣି କେବେ କମୁଛି । ଏହାରି ଭିତରେ ବି ରେକର୍ଡ କରିସାରିଛି ସୁନା ଦର । ବିବାହ ଋତୁ ଥିବାରୁ ଚାହିଦା ବି ରହିଛି । କିନ୍ତୁ ମୁହଁ ଫେରାଉଛନ୍ତି ଗ୍ରାହକ । ସେହିପରି ପୁଣି ଆଜି କମିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୫,୦୨୦ ଟଙ୍କା ରହିଛି । ଗତକାଲି ଏହା ୯୫,୫୧୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ହ୍ରାସ ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୭,୧୦୦ ଟଙ୍କା ରହିଛି । ଗତକାଲି ଏହା ୮୭,୫୫୦ ଟଙ୍କା ଥିଲା । ଏଥିରେ ୪୫୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୧,୨୭୦ ଟଙ୍କା ରହିଛି । ଗତକାଲି ୭୧,୬୩୦ ଟଙ୍କା ଥିଲା । ଏଥିରେ ୩୬୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୮୦୦ ରହିଛି । ଗତକାଲି ଏହା ୧୦,୯୦୦ ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।